

ସତ୍ୟଶିଖା( ମାଲକାନଗିରି )୨୩.୦୩.୨୦୨୨ : ମାଲକାନଗିରି ଜିଲ୍ଲା ସୀତାକୁଣ୍ଡରୁ ରାମ ଜନ୍ମଭୂମି ଗଲା ପାଣି । ଅଯୋଧ୍ୟାରୁ ଆସିଥିବା ସାଧୁସନ୍ଥ ପାଣି ନେଇ ସ୍ୱତନ୍ତ୍ର ରଥରେ ଅଯୋଧ୍ୟା ଯାଇଛନ୍ତି । ବଣ୍ଡାଘାଟିରେ ପୂଜାର୍ଚ୍ଚନା ପରେ ଦିବ୍ୟଜଳକୁ ଅଯୋଧ୍ୟା ପଠାଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇଥିଲେ । ଅଯୋଧ୍ୟାରେ ନିର୍ମାଣଧୀନ ଭଗବାନ ଶ୍ରୀରାମଙ୍କ ମନ୍ଦିର କାର୍ଯ୍ୟରେ ଏହି ଦିବ୍ୟ ଜଳ ଅର୍ପଣ କରାଯିବ । ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ସବୁ ପୌରାଣିକ ସ୍ଥାନରେ ଅବସ୍ଥାପନ କରିଥିଲେ, ସେହି ସବୁ ସ୍ଥାନରୁ ପାଣି ସଂଗ୍ରହ କରାଯାଉଛି । ତେବେ ଓଡ଼ିଶାର ଏକମାତ୍ର ପୌରାଣିକ ସ୍ଥଳୀ ଭାବେ ସୀତାକୁଣ୍ଡରୁ ପାଣି ନିଆଯାଇଛି । ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ଥିବା ସୀତାକୁଣ୍ଡକୁ ଯିବାକୁ ସାଧାରଣତଃ ଲୋକ ଭୟ କରିଥାନ୍ତି, ମାତ୍ର ରାଜ୍ୟପାଳ ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚାଲିଚାଲି ଯାଇ ଏହି ପବିତ୍ର ସ୍ଥାନରେ ପହଞ୍ଚିଥିଲେ । ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସ ସମୟରେ ଯେଉଁ ସବୁ ପୌରାଣିକ ସ୍ଥାନରେ ଅବସ୍ଥାପନ କରିଥିଲେ, ସେହି ସବୁ ସ୍ଥାନରୁ ପାଣି ସଂଗ୍ରହ କରାଯାଉଛି । ତେବେ ଓଡ଼ିଶାର ଏକମାତ୍ର ପୌରାଣିକ ସ୍ଥଳୀ ଭାବେ ସୀତାକୁଣ୍ଡରୁ ପାଣି ନିଆଯାଇଛି । ବଣ୍ଡାଘାଟିର ଦୁର୍ଗମ ଅଞ୍ଚଳରେ ଥିବା ସୀତାକୁଣ୍ଡକୁ ଯିବାକୁ ସାଧାରଣତଃ ଲୋକ ଭୟ କରିଥାନ୍ତି, ମାତ୍ର ରାଜ୍ୟପାଳ ଅଙ୍କାବଙ୍କା ପଥୁରିଆ ରାସ୍ତାରେ ଚାଲିଚାଲି ଯାଇ ଏହି ପବିତ୍ର ସ୍ଥାନରେ ପହଞ୍ଚିଥିଲେ ।