

ସତ୍ୟଶିଖା ୭ .୦୯.୨୦୨୦ : ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ କ୍ୟାମେରା ସାମନାରେ ପ୍ରଥମଥର ପାଇଁ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,ସେ ବର୍ଷାଙ୍କୁ ବହୁତ ଭଲ ପାଆନ୍ତି । ସେ ଏବେ ତାଙ୍କ ଘରେ ରହୁଛନ୍ତି । ଘର ଭିତରେ ସମସ୍ୟାର ସମାଧାନ ହୋଇନପାରିବାରୁ ଉଭୟ କୋର୍ଟର ଆଶ୍ରୟ ନେଲେ l
ଏହା ତାଙ୍କର ବ୍ୟକ୍ତିଗତ ସମସ୍ୟା । ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି । ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ଏବଂ ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହାଁନ୍ତି ।