ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୧୦/୨୦୨୦ : ଘାତକ ହେବାରେ ଲାଗିଛି କରୋନା । ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । କରୋନା ଭ୍ୟାକ୍ସିନ ପାଇଁ ସାରା ବିଶ୍ବର ବୈଜ୍ଞାନିକ ଲାଗିଛନ୍ତି । କେତେକ କମ୍ପାନୀର ଭ୍ୟାକ୍ସିନ ମଧ୍ୟ ଟ୍ରାଏଲ ପର୍ଯ୍ୟାୟରେ ପହଞ୍ଚିସାରିଛି । କେତେକ ଦେଶ ଦାବି କରୁଛନ୍ତି ଯେ, ସେମାନେ ଭ୍ୟାକ୍ସିନ ବାହାର କରିସାରିଛନ୍ତି । ଏମିତି ପରିସ୍ଥିତିରେ ଏଭଳି ଏକ ଡିଭାଇସ୍ ପ୍ରସ୍ତୁତ ହୋଇଛି ଯାହା ବାୟୁରେ କରୋନାର ଉପସ୍ଥିତିକୁ ଜାଣିପାରିବ । ଆଗାମୀ ଦିନରେ ଏହା ଜାଣିହେବ ଯେ ବାୟୁରେ କରୋନା ଭାଇରସ୍ ଉପସ୍ଥିତ ଅଛି କି ନାହିଁ । କାନାଡାର ଏକ କମ୍ପାନୀ ପକ୍ଷରୁ ଦାବି କରାଯାଇଛି ଯେ, କମ୍ପାନୀ ଗେମ୍ ଚେଞ୍ଜିଂ ଡିଭାଇସ୍ ପ୍ରସ୍ତୁତ କରିଛି, ଯାହା ବାୟୁରେ କରୋନା ଭାଇରସକୁ ଚିହ୍ନଟ କରିପାରିବ ।
ବାୟୁରେ କରୋନାର ଉପସ୍ଥିତି ଜାଣିପାରିବ ଏହି ଡିଭାଇସ୍, ନଭେମ୍ବରରେ ଆସିପାରେ ବଜାରକୁ l
