ରାଶିଫଳ

ସୋମବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ

ସତ୍ୟଶିଖା ୦୮/୦୨/୨୦୧୧ :

ମେଷ – ମାନସିକ ସ୍ୱାସ୍ଥ୍ୟ ଭଲ ନ ରହିଲେ ମଧ୍ୟ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ । ଅତ୍ୟଧିକ ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୪ ।

ବୃଷ – ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ । କିନ୍ତୁ ଅଫିସ୍ରେ ସହକର୍ମୀଙ୍କ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।

ମିଥୁନ – ସମସ୍ୟା ସମାଧାନ ହେବା ବଦଳରେ ଆଗାମୀ ସମୟ ସକାଶେ ଅପେକ୍ଷା କରିବାକୁ ପଡିବ । ଆନୁଷ୍ଠଙ୍ଗିକ ସାହାର୍ଯ୍ୟ ଲାଭ କରି ନିର୍ମାଣର ଅପୂର୍ଣ୍ଣ କାମକୁ ଆଜି ସନ୍ଧ୍ୟା ସୁଦ୍ଧା ସମ୍ପୂର୍ଣ୍ଣ କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

କର୍କଟ – ଦୈହିକ ଦୁର୍ବଳତା ଯୋଗୁ ନିରୁତ୍ସାହିତ ହୋଇପାରନ୍ତି । ପରିବାରର ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ଆପଣ ପରିସ୍ଥିତିକୁ ସମ୍ଭାଳି ନେବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୮ ।

ସିଂହ – କର୍ମକ୍ଷେତ୍ରରେ ମାନସିକ ଚାପଗ୍ରସ୍ତ ପୂର୍ବକ ପାରିବାରିକ ସମସ୍ୟାକୁ ଠିକ୍‌ ଭାବେ ବୁଝି ପାରିବେନି । ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

କନ୍ୟା – ଅଫିସ୍‌ ରୁ ଫେରିବା ରାସ୍ତାରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ । ସଭା ସମିତିରେ ସାଧାରନ ଯୁକ୍ତିତର୍କରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ତୁଳା – ଆଜି କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବେ । ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ । ପରିସ୍ଥିତି ଏହି ପାରି ହେବ ଯେ-ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୮ ।

ବିଛା – ଅନ୍ୟମାନଙ୍କ ସହମତି ପ୍ରାପ୍ତ ହୋଇ ଇଚ୍ଛିତ କାମକୁ ସମ୍ପନ୍ନ କରିବେ । ଆର୍ଥିକ କ୍ଷେତ୍ର, ରାଜନୈତିକ ସ୍ଥିତି, ପ୍ରଶାସନିକ କ୍ଷେତ୍ରରେ ସମସ୍ୟା, ବ୍ୟବସାୟିକ ଅପକର୍ଷ ଦୂରେଇ ଯିବ । ଶୁଭ ଅଙ୍କ ଲାଲ୍‌ । ଶୁଭ ଅଙ୍କ ୩ ।

ଧନୁ – ଅତୀତ ଘଟଣାକୁ ମନେପକାଇ ଶୋଇପାରିବେ ନାହିଁ । ପୂର୍ବ ରାଗ ଶୁଜାଇବାକୁ ଯାଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସାବଧାନ ରହିବା ଭଲ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୭ ।

ମକର – ବିଭିନ୍ନ ବିଶୃଙ୍ଖଳିତ ପରିସ୍ଥିତି ଆର୍ଥିକ, ପାରିବାରିକ ଓ ସାମାଜିକ କ୍ଷେତ୍ରକୁ କଳୁଷିତ କରିପାରନ୍ତି । ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କୁମ୍ଭ – ସ୍ୱାସ୍ଥ୍ୟ ସମସ୍ୟା ଅକ୍ଷୁଣ୍ଣ ରହିବା ଚିନ୍ତାଜନକ ହୋଇପାରେ । କର୍ମକ୍ଷେତ୍ରରେ ସମ୍ୟା ଆସିଲେ ମଧ୍ୟ ପରିଶେଷରେ କାମଗୁଡିକ ସହଜ ଓ ସୁବିଧାରେ ସମ୍ପନ୍ନ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୫ ।

ମୀନ – ସାମାଜିକ ସ୍ତରରେ ଅଥବା ସଭାସମିତିରୁ ଅର୍ଥ ଓ ସମ୍ମାନ ପାଇବେ ଏବଂ ଅଟକି ରହିଥିବା କାମ ମଧ୍ୟ ହୋଇଯିବ । ବ୍ୟବସାୟ ଓ ପରିବହନ ପାଇଁ ପ୍ରତିବନ୍ଧକ ଦୂରେଇ ଯିବ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୨ ।

Show More
Back to top button