ନ୍ୟୁଜ୍ରାଜ୍ୟ

ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ

ସତ୍ୟଶିଖା(ଭୁବନେଶ୍ୱର) ୧୪.୧୨.୨୦୨୧:  ବୁଧବାର ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୩ ଦିନିଆ ଓଡିଶା ଗସ୍ତ ସମୟରେ ସେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ । ଏହା ସହ ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତିନି ଦିନିଆ ଗସ୍ତରେ ନୀତି ଆୟୋଗ ଉପାଧ୍ୟକ୍ଷ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ସ୍ଥାନ ତଥା ପୁରୀ ପରିଦର୍ଶନ କରିବେ । ଆସନ୍ତାକାଲି ସେ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ବୈଠକର ସବିଶେଷ ଏଜେଣ୍ଡା ଚୂଡାନ୍ତ ହୋଇନାହିଁ । ହେଲେ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ସହ ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅଧିକାରୀ ରାଜ୍ୟର ସ୍ୱାର୍ଥ ସହ ଜଡିତ ଅନେକ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି ।ରାଜ୍ୟ ସରକାର ପୁନର୍ବାର ସ୍ୱତନ୍ତ୍ର ରାଜ୍ୟ ଦାବି ଦୋହରାଇବେ ବୋଲି ଜଣାପଡ଼ିଛି । ନର୍ଥ-ଇଷ୍ଟ ରାଜ୍ୟ ପରି ସ୍ୱତନ୍ତ୍ର ସୁବିଧା ଏବଂ କେନ୍ଦ୍ରୀୟ ଅନୁଦାନ, ଆକାଂକ୍ଷା ଜିଲ୍ଲାର ବିକାଶ, କେନ୍ଦ୍ରୀୟ ଅନୁଦାନ ହ୍ରାସ ଏବଂ ଓଡିଶାକୁ ଅଂଶୀଦାର ଏବଂ ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଅନ୍ୟାନ୍ୟ ବିଷୟ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ସହ ନବୀନ ନିବାସ କିମ୍ବା ସଚିବାଳୟ କନଭେନ୍ସନ ହଲରେ ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ସଚିବାଳୟ କନଭେନ୍ସନ ହଲରେ ବୈଠକ ହେବ ।

Show More
Back to top button