ମାଟ୍ରିକ ପାସ୍ କରି ବେକାରୀଙ୍କ ପାଇଁ ରେଳ ବିଭାଗ ଆଣିଲା ୨୫୦୦ ରୁ ଅଧିକ ନିଯୁକ୍ତି


ସତ୍ୟଶିଖା ୦୬/୦୨/୨୦୨୧ : ଆପଣ ମାଟ୍ରିକ ପାସ୍ କରି ଚାକିରୀ ଖୋଜୁଛନ୍ତି କି ? ଯଦି ହଁ ତେବେ ଭାରତୀୟ ରେଳ ବିଭାଗ ଆପଣଙ୍କ ପାଇଁ ଆଣିଛି ଏକ ବଡ ସୁଯୋଗ । ସେଂଟ୍ରାଲ ରେଲୱେ ପକ୍ଷରୁ ଟ୍ରେଡ୍ ଶିକ୍ଷାର୍ଥୀ ମାନଙ୍କ ପାଇଁ ୨୫୩୨ ପଦବୀରେ ନିଯୁକ୍ତି ଦେବାକୁ ଘୋଷଣା କରିଛି । ରେଲୱେ ରିକ୍ରୁଟିମେଣ୍ଟ ସେଲ ବା (ଆର.ଆର.ସି) ପକ୍ଷରୁ ବିଭିନ୍ନ ଟ୍ରେଡରେ ନିଯୁକ୍ତି ଦିଆଯିବ ।
ରେଳ ବିଭାଗର ସୂଚନା ମୁତାବକ ଟ୍ରେଡ୍ ଶିକ୍ଷାର୍ଥୀ ମାନଙ୍କ ପାଇଁ ଖାଲି ଥିବା ଏହି ପଦବୀ ନିମନ୍ତେ ଆଜି (୦୬.୦୨.୨୦୨୧) ଠାରୁ ଆଶାୟୀ ମାନେ ଆବେଦନ କରିପାରିବେ । ଆଶାୟୀ ପ୍ରାର୍ଥୀ ମାନେ www.rrccr.com ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ । କହିରଖୁ କି ମୁମ୍ବାଇ, ଭୂସାବଲ, ପୁଣେ, ନାଗପୁର, ଓ ସୋଲପୁର ସମେତ ଆହୁରି ଅନେକ ରିଜନ ପାଇଁ ଆବେଦନ କରିବାର ସୁଯୋଗ ରହିଛି ।
ଏହି ପଦବୀ ପାଇଁ ଆପଣ ଆବେଦନ କରିବାକୁ ଚାହୁଁଥିଲେ ଆପଣ ନିଶ୍ଚିନ୍ତ ଭାବେ କୌଣସି ସଂସ୍ଥା ବା ବୋଡରୁ ମାଟ୍ରିକ ପାସ୍ କରିବା ସହ ଯେଉଁ ବିଭାଗ ପାଇଁ ଆବେଦନ କରୁଛନ୍ତି ତାହା ଉପରେ ଆପଣ ଆଇଟିଆଇ କରିଥିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ଆବଦନକାରୀଙ୍କ ବୟସ ୧୫ ବର୍ଷରୁ କମ୍ କିମ୍ବା ୨୪ ବର୍ଷରୁ ଅଧିକ ହୋଇନଥିବା ଜରୁରୀ । ବୟସର ଗଣନା ୦୧.୦୧.୨୦୨୧ ଆଧାରରେ କରାଯିବ । ଏନେଇ ଆପଣ ୦୬.୦୨.୨୦୨୧ ଠାରୁ ୦୫.୦୩.୨୦୨୧ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଅବେଦନକାରୀଙ୍କୁ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ ।
ଏହାସହ ଆପଣଙ୍କର ଚୟନ ପ୍ରକ୍ରିୟା ବେଳେ ଆପଣଙ୍କୁ କୌଣସି ଲିଖିତ ପରୀକ୍ଷା ବା ଇଣ୍ଟରଭ୍ୟୁ ଦେବାକୁ ପଡିବ ନାହିଁ । କେବଳ ମାଟ୍ରିକ ପରୀକ୍ଷାରେ ଆପଣଙ୍କୁ ମିଳିଥିବା ନମ୍ବର ମୁତାବକ ମେରିଟ୍ ପ୍ରସ୍ତୁତ ହେବ । ଏହି ମେରିଟ୍ ଲିଷ୍ଟ ମାଧ୍ୟମରେ ଆବେଦନକାରୀଙ୍କୁ ଚୟନ କରାଯିବ ।