ରାଜ୍ୟ

ସଜେଇ ହେଉଛି ଭୁବନେଶ୍ୱରର ଏକାମ୍ର ହାଟ

ସତ୍ୟଶିଖା(ଭୁବନେଶ୍ୱର ) ୧୦.୦୮ .୨୦୨୧: ସଜେଇ ହେଉଛି ଭୁବନେଶ୍ୱରର ଏକାମ୍ର ହାଟ । ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲାଣି ହାଟ ନବୀକରଣ କାର୍ଯ୍ୟ । ହାଟର ମୁଖ୍ୟ ଫାଟକଠୁ ଆରମ୍ଭ କରି ପ୍ରଦର୍ଶନୀ ପିଣ୍ଡି, ଖାଦ୍ୟ ଷ୍ଟଲ, କାଫେ, ପାର୍କିଂ ଏରିଆକୁ ନୂଆ ରୂପରେ ସଜ୍ଜିତ କରଯାଉଛି ।

ଏଠାରେ ବୁଣାକାର ଓ ହସ୍ତଶିଳ୍ପୀଙ୍କୁ ମିଳିବ ବିକ୍ରିବଟାର ସୁଯୋଗ । ବୁଣାକାର ଓ ହସ୍ତଶିଳ୍ପୀଙ୍କ ପାଇଁ ହାଟରେ ତିଆରି ହେଉଛି ୫୦ଟି ଷ୍ଟଲ । ପ୍ରତି ସଂଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ । ଏହାସହ ଏଠାରେ ରାଜ୍ୟ ଓ ରାଜ୍ୟ ବାହାର ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବ । ମହାମାରୀ ସ୍ଥିତି ସ୍ବାଭାବିକ ହେବା ପରେ ପୁଣି ଥରେ ଲୋକଙ୍କ ପାଇଁ ଖୋଲିବ ହାଟ ।

Show More
Back to top button