ନ୍ୟୁଜ୍

୩୦ ବର୍ଷର ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର

ସତ୍ୟଶିଖା (ଭୁବନେଶ୍ୱର ) ୨୬.୧୦.୨୦୨୩ : ଆଠଗଡ଼ ବନଖଣ୍ଡରେ ଏବେ ବନ୍ୟଜନ୍ତୁ ଅସୁରକ୍ଷିତ। ବନ୍ୟଜନ୍ତୁ ମାନଙ୍କୁ ଶିକାରୀ ମାନେ ଗୁଳିକରି ହତ୍ୟା କରୁଥିବା ବେଳେ ବନବିଭାଗ ପାଖରେ ଖବର ନାହିଁ। ତେବେ ଆଜି ଏଭଳି ଏକ ଘଟଣା ଘଟିଛି ଆଠଗଡ଼ ବନଖଣ୍ଡ ସଦର ରେଞ୍ଜ ବୈଦେହିପୁର ପେଟ୍ରୋଲ ପମ୍ପ ନିକଟରେ ଏକ ୩୦ ବର୍ଷର ଦନ୍ତାହାତୀର ଗଳିତ ମୃତଦେହ ଦେଖିବାକୁ ମିଳିଛି। ଦୁଇ ତିନିଦିନ ତଳେ ହାତୀର ମୃତ୍ୟ ଘଟିଥିବା ସନ୍ଦେହ କରାଯାଉଛି ।

ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇ ତିନିଦିନ ତଳେ ହାତୀ ମୃତ୍ୟୁ ବରଣ କରିଥିବା ବେଳେ ବନବିଭାଗ କିଭଳି ଜାଣିପାରିଲା ନାହିଁ। ଲୋକେ ଖବର ଦେବାପରେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ହାତୀ ମୃତ୍ୟୁ ର ତଦନ୍ତ ଆରମ୍ଭ କରିଛି । ବନବିଭାଗ କହୁଛି ବୟାସାଧିକ କାରଣରୁ ହାତୀର ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ସୂଚନା ଦେଇଛି । ତେବେ ଦାନ୍ତ ଚୋରି କରିବା ଉଦ୍ଦେଶ୍ୟରେ ହାତୀକୁ ଶିକାରୀ ମାନେ ମାରିଥିବା ସାଧାରଣରେ ଆଲୋଚନା ହେଉଛି।ଅନ୍ୟପଟେ ଆଠଗଡ଼ ବନଖଣ୍ଡରେ ଦିନକୁ ଦିନ ବଢ଼ିଚାଲିଛି ବନ୍ୟଜନ୍ତୁ ଙ୍କ ଅବାଧ ଶିକାର ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ।

 

Show More
Back to top button