

ସତ୍ୟଶିଖା(ଭୁବନେଶ୍ୱର) ୨୫.୦୫.୨୦୨୧: ଆଜି ରାଜ୍ୟରେ ୩୩ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରୁ ୭, ଅନୁଗୁଳ, ଝାରସୁଗୁଡ଼ା, କଳାହାଣ୍ଡିରୁ ୪ ଲେଖାଏଁ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁରରୁ ୩ ଲେଖାଏଁ, ଗଞ୍ଜାମ ଓ କେନ୍ଦୁଝରରୁ ୨ ଲେଖାଏଁ, ଦେବଗଡ଼, ଯାଜପୁର, କନ୍ଧମାଳ, କୋରାପୁଟରୁ ଜଣେ ଲେଖାଏଁ ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୪୯କୁ ବୃଦ୍ଧି ପାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକରୁ ୯୨୨, ଅନୁଗୁଳ- ୮୧୯, ଢେଙ୍କାନାଳ-୭୬୩, ମୟୂରଭଞ୍ଜ- ୬୦୪, ଯାଜପୁର- ୫୪୧, ସୁନ୍ଦରଗଡ଼- ୫୧୨, ବୌଦ୍ଧ- ୩୮୫, ବାଲେଶ୍ୱର- ୩୬୧ ଓ କେନ୍ଦ୍ରାପଡ଼ାରୁ ୩୨୩ ଜଣ ଚିହ୍ନଟ ହୋଇଛନ୍ତି।