ଓଏଏସ ସୋନାଲି ଶୁଭଦର୍ଶିନୀଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ: ଧରାପଡିଲେ ତିନିଜଣିଆ ଠାଉକିଆ ଚୋର


ସତ୍ୟଶିଖା(ଭୁବନେଶ୍ୱର )୩୦.୦୯ .୨୦୨୧: ଓଏଏସ ସୋନାଲି ଶୁଭଦର୍ଶିନୀଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ । ଧରାପଡିଲେ ତିନିଜଣିଆ ଠାଉକିଆ ଚୋର। ମୁଣ୍ଡାସାହି ବସ୍ତିରୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ଥାନା ପୋଲିସ। ଗତ ଅଗଷ୍ଟ ୧୯ ତାରିଖର ଘଟଣା । ସୂଚନା ଅନୁସାରେ, ଖଣ୍ଡଗିରି ଡେଲଟା କଲୋନୀର କ୍ୟାଟର ନମ୍ଵର ଭି (୩) ରୁ ଓଏଏସ ଜଣକ ନଥିବା ବେଳେ ଚୋରି କରିଥିଲେ। ଘରର ଗ୍ରୀଲ ତାଡି ଘରର ଏଲଇଡି ଟିଭି ସହ ସୁନା କାନଫୁଲ ଓ ସୁନା ଲକେଟ ସହ ୨ ହଜାର ଟଙ୍କା ଚୋରି କରି ଚମ୍ପଟ ମାରିଥିଲେ।
ଏନେଇ ଗତ ଅଗଷ୍ଟ ୩୦ତାରିଖରେ ଓଏଏସ ଅଧିକାରିଣୀ ଜାଣିବା ପରେ ଖଣ୍ଡଗିରି ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏନେଇ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଥାନା ଅଞ୍ଚଳର ସୋର୍ସକୁ ଲଗାଇ ସୂଚନା ପାଇଥିଲେ । ମୁଣ୍ଡାସାହି ବସ୍ତିରେ ଜଣେ ଚୋର ତାର ଘରେ ଏକ ବଡ ଏଲଇଡି ଟିଭିରେ ଆଇପିଏଲ ମ୍ୟାଚ ଦେଖୁଛି।
ସୂଚନା ପାଇ ପୋଲିସ ପତ୍ତା ଲଗାଇଥିଲା। ଆଉ ଖବର ନେଉ ନେଉ ଓଏସଏସଙ୍କ ଘରୁ ଚୋରି ହୋଇଥିବା ଟିଭି ଚୋରି କରି ଚୋର ତା ଘରେ ନିଜର ତିନି ସାଙ୍ଗକ ସହ ଖେଳ ଦେଖି ଅଏସ କରୁଥିଲା। ସୂଚନା ଆଧାରରେ ରେଡ ମାରି ତିନି ଅଭିଯୁକ୍ତ ମଣ୍ଟୁ ନାୟକ ,ପିଣ୍ଟ ନାୟକ,ସୁବନ ନାୟକକୁ ଗିରଫ କରିଛି ପୋଲିସ । ତିନିଜଣଙ୍କ ଠାରୁ ଚୋରି ସୁନା ଗହଣା ସହ କ୍ୟାସ ଓ ଏଲଇଡି ଟିଭି ଜବତ କରାଯାଇଛି ।