

ସତ୍ୟଶିଖା(ଭୁବନେଶ୍ୱର) ୨୭.୦୪.୨୦୨୧: ରାଜ୍ୟରେ କରୋନାରେ ୧୦ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୦୭ରେ ପହଞ୍ଚିଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଆଖି ବୁଜିଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ରୁ ୩, ରାୟଗଡ଼ାରୁ ୨, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।