ବିଶ୍ୱ ବ୍ୟାପୀ କରୋନା ଭାଇରସ୍‌ରେ ମୃତକଙ୍କ ସଂଖ୍ୟା ୫୧ ଲକ୍ଷ ନିକଟତର, ୨୫.୨୬ କୋଟି ଆକ୍ରାନ୍ତ

ସତ୍ୟଶିଖା( ନୂଆଦିଲ୍ଳୀ) ୧୨.୧୧.୨୦୨୧:  କରୋନା ଭାଇରସ ଯୋଗୁଁ ବିଶ୍ୱ ବ୍ୟାପୀ ମୃତକଙ୍କ ସଂଖ୍ୟା ୫୧ ଲକ୍ଷ ନିକଟତର ହୋଇଛି। ଏହାରି ମଧ୍ୟରେ ଆକ୍ରାନ୍ତ ହୋଇଥିବା ଲୋକଙ୍କର ସଂଖ୍ୟା ୨୫.୨୬ ଲକ୍ଷରେ ପହଞ୍ଚିଛି। କେବଳ ବିଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ବରେ ୩ ଲକ୍ଷ ୯୩ ହଜାର ୬୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ହଜାର ୪୮୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ୱ ବ୍ୟାପୀ ୨୫ କୋଟି ୨୬ ଲକ୍ଷ ୧୭ ହଜାର ୯୯୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। କରୋନା ଯୋଗୁଁ ୫୦ ଲକ୍ଷ ୯୪ ହଜାର ୮୩୯ ଜଣଙ୍କର ମୃତ୍ୟୁ ହୋଇସାରିଛି। ଏବେ ବିଶ୍ୱରେ ୨୨ କୋଟି ୮୫ ଲକ୍ଷ ୪୩ ହଜାର ୫୫୭ ଜଣ  କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୧  କୋଟି ୮୯ ଲକ୍ଷ ୭୯ ହଜାର ୫୯୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୭୭ ହଜାର ୫୪ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଆମେରିକା: ୪କୋଟି ୭୬ ଲକ୍ଷ ୯୨ ହଜାର ୯୭୩ ସଂକ୍ରମିତ, ୭ଲକ୍ଷ ୮୦ ହଜାର ୭୭୪ ମୃତ

ବ୍ରାଜିଲ: ୨ କୋଟି ୧୯ ଲକ୍ଷ ୨୬ ହଜାର ୫୨୬ ସଂକ୍ରମିତ, ୬ ଲକ୍ଷ ୧୦ ହଜାର ୩୨୩ ମୃତ

ବ୍ରିଟେନ: ୯୪ ଲକ୍ଷ ୪୮ ହଜାର ୪୦୨ ସଂକ୍ରମିତ, ୧ ଲକ୍ଷ ୪୨ ହଜାର ୫୩୩ ମୃତ

ରୁଷିଆ: ୮୯ ଲକ୍ଷ ୫୨ ହଜାର ୪୭୨ ସଂକ୍ରମିତ, ୨ ଲକ୍ଷ ୫୧ ହଜାର ୬୯୧ ମୃତ

ତୁର୍କୀ: ୮୩ ଲକ୍ଷ ୪୦ ହଜାର ୩୨୨ ସଂକ୍ରମିତ, ୭୨ ହଜାର ୯୧୦ ମୃତ

ଫ୍ରାନ୍ସ: ୭୨ ଲକ୍ଷ ୫୬ ହଜାର ୬୪୩ ସଂକ୍ରମିତ, ୧ ଲକ୍ଷ ୧୮ ହଜାର ୭୩ ମୃତ

ଇରାନ: ୬୦ ଲକ୍ଷ ୧୯ ହଜାର ୯୪୭ ସଂକ୍ରମିତ, ୧ ଲକ୍ଷ ୨୭ ହଜାର ୮୦୯ ମୃତ

ଆର୍ଜେଣ୍ଟିନା: ୫୩ ଲକ୍ଷ ୨ ହଜାର ୪୪୫ ସଂକ୍ରମିତ, ୧ ଲକ୍ଷ ୧୬ ହଜାର ୨୦୯ ମୃତ

Exit mobile version