ସତ୍ୟଶିଖା (ଭୁବନେଶ୍ୱର) ୨୪ /୧୨/୨୦୨୦ : ଚେକ୍ବାଉନ୍ସ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ହୋଟେଲ ସୋଲାନ୍-ଇନ୍ ଏମ୍ଡି କମଳାକାନ୍ତ ଦାସଙ୍କର ମୃତ୍ୟୁ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଜି ସନ୍ଧ୍ୟାରେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଲକ୍ଷ୍ମୀସାଗର ଥାନା ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆସନ୍ତାକାଲି ଜାତୀୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶନାମା ଆଧାରରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିଛି । ମୃତ୍ୟୁ ପଛରେ ରାଜନୈତିକ ବ୍ୟକ୍ତିଙ୍କର ହାତ ଥିବା ଅଭିଯୋଗ କରିଛନ୍ତି କମଳାକାନ୍ତଙ୍କ ପୁଅ କୌଶିକ ଦାସ । ସେ କହିଛନ୍ତି ଜଣେ ହୋଟେଲ ମାଲିକଙ୍କ ପୁଅଙ୍କ ଅଭିଯୋଗ ବଳରେ କମଳାକାନ୍ତ ଜେଲ୍ ଯାଇଥିଲେ ।
ଜେଲ୍ ଭିତରେ ସୋଲାନ୍-ଇନ୍ ମାଲିକଙ୍କ ମୃତ୍ୟୁ
