କରୋନାରେ କ୍ରିକେଟର ଚେତନ ଚୌହ୍ୱାନଙ୍କ ଦେହାନ୍ତ ।


ସତ୍ୟଶିଖା ୧୬ .୦୮.୨୦୨୦ : କରୋନାରେ ସଂକ୍ରମିତ ହେବା ପରେ ଆଖିବୁଜିଲେ ଉତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଚେତନ ଚୌହାନ । ଅସୁସ୍ଥ ହେବା ପରେ ଚେତନଙ୍କୁ ଦିଲ୍ଲି ମେଦାନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମୃତ୍ୟୁବେଳକୁ ତାଙ୍କୁ ୭୩ବର୍ଷ ବୟସ ହୋଇଥିଲା । କରୋନା ସହ ଚେତନ କିଡନୀ ଜନତି ସମସ୍ୟା ଦେଇ ଗତି କରୁଥିଲେ । ଭେଟିଂଲେଟରରେ ରହିବା ସହ ଆଜି ସକାଳୁ ତାଙ୍କ ସ୍ୱ।।ସ୍ଥ୍ୟବସ୍ଥା ବିଗିଡିଥିବା ସୂଚନା ମିଳିଥିଲା । କ୍ରିକେଟରୁ ଅବସର ନେବା ପରେ ଚେତନା ରାଜନୀତିରେ ପାଦ ଦେବା ସହ ଜଣେ ସକ୍ରିିୟ ରାଜନେତା ବନି ପାରିଥିଲେ ।
ଜୁଲାଇ ମାସରେ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା ଚୌହାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନ ଥିବା ବେଳେ ସଂକ୍ରମଣ ପୁଣି ବଢ଼ିଯିବାରୁ ତାଙ୍କର ବୃକ୍କ୍ ଅକାମି ହେବା ସହ ରକ୍ତଚାପ ସମସ୍ୟା ସୃଷ୍ଟି କରିଥିଲା । କରୋନାଭାଇରସ୍ ଦ୍ବାରା ସଂକ୍ରମିତ ହେବା ପରେ ଚୌହାନ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା । ଶୁକ୍ରବାର ରାତିରେ ଚୌହାନଙ୍କ ସ୍ଵlସ୍ଥ୍ୟ ଅବନତି ହେବାରୁ ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟର୍ରେ ରଖିଥିଲେ।
ଚୌହାନ୍ ‘ଦିଲ୍ଲୀ ଆଣ୍ଡ୍ ଡିଷ୍ଟ୍ରିକ୍ଟ୍ କ୍ରିକେଟ୍ ଆସୋସିଏସନ୍’ର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ ଏବଂ ମୁଖ୍ୟ ଚୟନକାରୀ ପଦରେ ଅଧିଷ୍ଠିତ ହେବା ସହ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ମ୍ୟାନେଜର୍ ଥିଲେ। ୧୯୯୧ ଏବଂ ୧୯୯୮ରେ ଚୌହାନ୍ ଉତ୍ତର ପ୍ରଦେଶର ଆମରୋହା ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ୧୯୮୧ରେ ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଦୀର୍ଘ ୧୨ ବର୍ଷର କ୍ରିକେଟ୍ କ୍ୟାରିଅର୍ରେ ଚୌହାନ ୪୦ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୧୬ଟି ଅର୍ଦ୍ଧ-ଶତକ ଓ ଦୁଇଟି ୱିକେଟ୍ ସହ ୨୦୮୪ ରନ୍ ହାସଲ କରିଥିଲେ। ସୁନୀଲ ଗାଭାସ୍କରଙ୍କ ଯୋଡ଼ି ଭାବେ ସେ ଭାରତ ଦଳର ଓପେନିଙ୍ଗ୍ କରୁଥିଲେ। ଉଭୟଙ୍କ ସହଭାଗିତାରେ ୧୨ଟି ଶତକ ସହ ୩୦୦୦ରୁ ଅଧିକ ରନ୍ ସଂଗୃହୀତ ହୋଇଥିଲା ।