ରାଜ୍ୟ

୩୦ରୁ କେତେକ ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ୱର(ସତ୍ୟଶିଖା): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ୩୦ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବାର ଆଶଙ୍କା ରହିଛି। ସେହିପରି ଏହି ଲଘୁଚାପ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଡିପ୍ରେସନ୍ ବା ଅବପାତର ରୂପ ନେବ। ଏହି ଅବପାତ ଅଧିକ ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ସିଧାସଳଖ ପଡ଼ିବାର ଆଶଙ୍କା ନାହିଁ। ତଥାପି କିଛି ସ୍ଥାନରେ ବର୍ଷା ଓ ପବନ ବୋହିବାର ପୂର୍ବାନୁମାନ କରାଯାଇଛି।

ଆହୁରି ପଢ଼ନ୍ତୁ

ବିଭାଗର ସୂଚନା ଅନୁଯାୟୀ, ଏପ୍ରିଲ ୩୦ରୁ ମେ ୩ ମଧ୍ୟରେ ଅବପାତ ଘନୀଭୂତ ହୋଇ ମିଆଁମାର ଆଡକୁ ଗତି କରିବ। ଏହାର ପ୍ରଭାବରେ ଏପ୍ରିଲ ୩୦ରୁ ମେ ୩ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର ଉପକୂଳରେ ବର୍ଷା ସହ ପବନ ଆଶଙ୍କା ରହିଛି। ଏଥିସହ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପକୂଳରେ ମଧ୍ୟ ୩୦ରୁ ମେ’ ୧ ମଧ୍ୟରେ ପବନ ସହ ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

[ad_2]
Show More
Back to top button