ନ୍ୟୁଜ୍ବିଦେଶ

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ୍‌

ସତ୍ୟଶିଖା( ଇଂଲଣ୍ଡ )୦୮ .୦୭ . ୨୦୨୨:   ବୋରିସ୍ ଜନ୍‌ସନ୍‌ଙ୍କ ଇସ୍ତଫା ପରେ ବ୍ରିଟେନ୍‌ରେ ରାଜନୈତିକ ସଂକଟ ପରିସ୍ଥିତି ଉପୁଜିଛି । କୁହାଯାଉଛି ଯେ, ଆଗାମୀ ଏକ ସପ୍ତାହ ମଧ୍ୟରେ ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବ । ତେବେ ସେତେଦିନ ପର୍ଯ୍ୟନ୍ତ ବୋରିସ ଜନ୍‌ସନ୍ କେୟାର ଟେକର ପ୍ରଧାନମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ତୁଲାଇବେ ।

ତେବେ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବୋରିସ ଜନ୍‌ସନ୍ ଏକ ବଡ଼ ପାର୍ଟିର ଆୟୋଜନ କରିବାକୁ ଯାଉଛନ୍ତି । ଦ ମିରର ରିପୋର୍ଟ ଅନୁସାରେ ଜନସନ ନିଜର ନିବାସ ‘ଚେକ୍ୟୁରସ୍‌’ରେ ଏହି ପାର୍ଟିର ଆୟୋଜନ କରିବେ । ବୋରିସ ଜନ୍‌ସନ୍ ଗତବର୍ଷ ୩୪ ବର୍ଷୀ କ୍ୟାରୀଙ୍କୁ ବିବାହ କରିଥିଲେ । ସେହି ସମୟରେ କରୋନା ସଂକ୍ରମଣ ବଢ଼ିଥିବାରୁ ସମାରୋହ ଭବ୍ୟ ହୋଇପାରି ନଥିଲା । ଏହି ସମାରେହରେ ମାତ୍ର ୩୦ ଜଣ ଅତିଥି ଆସିଥିଲେ । ସୂଚନାଯୋଗ୍ୟ, ବୋରିସ୍ ଜନ୍‌ସନ୍ ଏପର୍ଯ୍ୟନ୍ତ ୩ ଥର ବିବାହ କରିସାରିଛନ୍ତି ।

ଜନସନ ଓ କ୍ୟାରୀଙ୍କ ବିବାହ ଭୋଜି ଆସନ୍ତା ୩୦ ତାରିଖରେ ହୋଇପାରେ । ଏହି ଭୋଜିରେ ପରିବାର ଲୋକଙ୍କ ସହିତ ବନ୍ଧୁ ଓ ଅନ୍ୟ ଅତିଥିମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରଖିଛନ୍ତି । ସେ ଏହି ଭୋଜି ଓ ସମାରୋହ ପାଇଁ ଉତ୍ସାହିତ ଅଛନ୍ତି । ତେବେ ପାର୍ଟି ମୁଖପାତ୍ର କହିଛନ୍ତି ଯେ, ଦେଶକୁ ନୂଆ ପ୍ରଧାନମନ୍ତ୍ରୀ ମିଳିବା ପର୍ଯ୍ୟନ୍ତ ଜନ୍‌ସନ୍ ନିଜର ଦାୟିତ୍ୱ ତୁଲାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

Show More
Back to top button