

ସତ୍ୟଶିଖା( ନୂଆଦିଲ୍ଲୀ )୦୯.୦୬. ୨୦୨୨ : ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଆଜି ଅପରାହ୍ନ ୩ଟାରେ ଭାରତୀୟ ନିର୍ବାଚନ କମିଶନ ପ୍ରେସମିଟ୍ କରିବେ, ଯେଉଁଥିରେ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା କରାଯିବ । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ କମିଶନ ରାଷ୍ଟ୍ରପତି ନିର୍ବାଚନ କରିବେ ।
ସମ୍ବିଧାନର ଧାରା ୬୨ କୁ ଦର୍ଶାଇ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ରେ ଶେଷ ହେବ ଏବଂ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ଏହା ପୂର୍ବରୁ ଶେଷ ହେବା ଉଚିତ ।
ସଂସଦର ଉଭୟ ଗୃହର ସଦସ୍ୟଙ୍କ ବ୍ୟତୀତ ସମସ୍ତ ରାଜ୍ୟର ବିଧାନସଭାର ନିର୍ବାଚିତ ସଦସ୍ୟ, ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ କେନ୍ଦ୍ର ଶାସିତ ପୁଡୁଚେରୀର ବିଧାନସଭା ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇପାରିବେ । ୨୦୧୭ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ୧୭ ଜୁଲାଇରେ ହୋଇଥିଲା ଓ ୨୦ ଜୁଲାଇରେ ଭୋଟଗଣନା କରାଯାଇଥିଲା ।