ସତ୍ୟଶିଖା( କଟକ )୧୬.୦୮ . ୨୦୨୨: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବା ବେଳେ କଟକ ଜିଲ୍ଲାରେ ମୁଣ୍ଡଳି ଠାରେ ମହାନଦୀ ବିପଦ ସଂକେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି।
ଗତକାଲି କଟକ ଜିଲ୍ଲା ନରାଜ ଠାରେ ମହାନଦୀ ବିପଦ ସଂକେତ ଟପିଥିଲା। ନରାଜ ଠାରେ ବିପଦ ସଂକେତ ୬.୪୧ ମିଟର ରହିଥିବା ବେଳେ ଜଳସ୍ତର ୨୬.୬୮ ମିଟର ରହିଥିଲା।ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମରେ ୨୬ଟି ଗେଟ୍ ଖୋଲାଯାଇଥିବା ସତ୍ତ୍ୱେ ସେଠାରେ ଜଳସ୍ତର ବଢ଼ିଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଭଣ୍ଡାରର ଜଳସ୍ତର ୬୨୫.୦୪ ଫୁଟ୍ ରହିଛି। । ଡ୍ୟାମକୁ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଲକ୍ଷ ୩୪ ହଜାର ୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଗତକାଲି ହୀରାକୁଦ ଡ୍ୟାମର ୮ଟିକୁ ବନ୍ଦ କରି ଦିଆଯାଇଥିଲା।
ମହାନଦୀରେ ଆସୁଥିବା ବନ୍ୟାପାଇଁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ଏଥିସହ ଏସଆରସି ନିର୍ବାଚିତ ପ୍ରତିନିଧି ମାନଙ୍କ ସହଯୋଗ ଲୋଡିଛନ୍ତି। ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନକୁ ଓଡ୍ରାଫ୍ ଟିମ୍ ପଠାଯାଇଛି ବୋଲି ଏସ୍ଆରସି କହିଛନ୍ତି।
ସମ୍ବନ୍ଧିତ ଖବର
-
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । -
ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । -
ଧନ୍ତେରାସ ପୂର୍ବରୁ ସୁନା ଏବଂ ରୁପା ଦର ଉପରମୁହାଁ l -
କଟକରେ ୩୬ ଘଣ୍ଟା କର୍ଫ୍ୟୁ ବଳବତ୍ତର ରହିଛି । -
ଆଜିଠାରୁ ଆରମ୍ଭ ହୋଇଛି ପବିତ୍ର ମହାକାର୍ତ୍ତିକ ବ୍ରତ। -
କଟକରେ ଭସାଣ ବେଳେ ଗଣ୍ଡଗୋଳ । -
ଆଜି ମେଲାଣି ନେବେ ଜଗତଜନନୀ ମା’ ଦୁର୍ଗା । -
ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । -
ହରିୟାଣାର ସୋନିପତ ଜିଲ୍ଲାରେ ଭୂମିକମ୍ପ ଝଟକା। -
ଧରାପୃଷ୍ଠକୁ ଅବତରଣ କରିବେ ମାଆ ଜଗତଜନନୀ ।
