ସତ୍ୟଶିଖା (ନୂଆଦିଲ୍ଲୀ) ୧୬/୧୨/୨୦୨୦ : କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଯୋଗୁ ଅର୍ଥନୀତିକୁ ଦୈନିକ ୩୦୦୦ରୁ ୩୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ଦେଶର ଶିଳ୍ପ ସଂଘ ଆସୋଚାମ ପକ୍ଷରୁ ଏହି ମୋଟାମୋଟି ଆକଳନ କରାଯାଇଛି । ବିଶେଷକରି ଏହି କୃଷକ ଆନ୍ଦୋଳନ ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଉଛି । ଆସୋଚାମ ସଭାପତି ନିରଞ୍ଜନ ହିରାନନ୍ଦାନୀଙ୍କ କହିବାନୁଯାୟୀ, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀର ଅର୍ଥନୀତିର ମୋଟ ଆକାର ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ।
ଚାଷୀ ଆନ୍ଦୋଳନ ପାଇଁ ଦିନକୁ କ୍ଷତି ୩୫୦୦ କୋଟି
