ସତ୍ୟଶିଖା (କଟକ) ୨୬/୧୨/୨୦୨୦ : ଆଜି ଶେଷ ଦିନ ରିମାଣ୍ଡରେ ପୁଣି ଧଳସାମନ୍ତ ବ୍ରଦର୍ସଙ୍କ ଘରେ ସର୍ଚ୍ଚ ଅପରେଶନ କରିବ କମିଶନରେଟ ପୋଲିସ । ସିଡିଏ ବାସଭବନରେ ଡି ବ୍ରଦର୍ସଙ୍କ ଉପସ୍ଥିତିରେ ରେଡ ହେବ । ସେହିପରି ଗତକାଲି ସର୍ଚ୍ଚ ଅପରେସନରେ ସିକ୍ରେଟ ଚାମ୍ବରରୁ ୩ ଟି ବନ୍ଧୁକ , ୧୭୦ ରାଉଣ୍ଡରୁ ଅଧିକ ଗୁଳି, ୫ ଟି ମାଗାଜିନ ଏବଂ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଥିଲା କମିଶନରେଟ ପୋଲିସ । ଗତ କାଲି ସକାଳ ୧୧ ଟାରୁ ରାତି ୭ ଟା ଯାଏ ସର୍ଚ୍ଚ ଅପରେସନ କରିଥିଲା କମିଶନରେଟ ପୋଲିସ ।
ଡି-ବ୍ରଦର୍ସଙ୍କ ଆଜି ସରୁଛି ରିମାଣ୍ଡ
