ପର୍ଯ୍ୟଟକମାନଙ୍କ ପାଇଁ ଲୋକାର୍ପିତ ହେଲା କଟକ ସିଲଭର୍‍ ସିଟି ବୋଟ୍‍ କ୍ଲବ

ସତ୍ୟଶିଖା(ଭୁବନେଶ୍ୱର) ୧୫.୦୪.୨୦୨୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କଟକର ସିଲଭର ସିଟି ବୋଟ କ୍ଲବକୁ ଏକ ଭର୍ଚୁଆଲ ପ୍ଲାଟଫର୍ମରେ ଲୋକାର୍ପିତ କରିଛନ୍ତି। ମହାନଦୀ ଜଳ ଭିତ୍ତିକ ମନୋରଞ୍ଜନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ଓଡିଶା ପର୍ଯ୍ୟଟନ ସହାୟତାରେ ଏହି ବୋଟ କ୍ଲବ୍‍କୁ ୨ କୋଟି ଟଙ୍କା ବିନିଯୋଗରେ ନବୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଳରାଶି ଅନ୍ତର୍ଭୁକ୍ତ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ସଂଯୋଗ କରିବା ପାଇଁ ଆମେ ଚିହ୍ନଟ କରିଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଉଛି। ମହାନଦୀର ଏହି ମନୋଜ୍ଞ ପରିବେଶରେ ମନୋରଞ୍ଜନ ଓ ଦୁଃସାହସିକ ଜଳକ୍ରୀଡ଼ା ଭିତ୍ତିକ ପର୍ଯ୍ୟଟନ ହବ୍‍ ପ୍ରତିଷ୍ଠା କରିବାରେ ସହାୟତା କରିବ।

Exit mobile version