ନ୍ୟୁଜ୍ରାଜନୀତିରାଜ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ l

ସତ୍ୟଶିଖା ୧୫ .୦୯.୨୦୨୦ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି  ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ । ପୂର୍ବାହ୍ନ ୧୧ଟା ୩୦ରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ୍‌ ବୈଠକରେ ୩ଟିରୁ ଅଧିକ ପ୍ରସ୍ତାବ ଆସିପାରେ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜିଏସ୍‌ଟି ଆଇନ ସଂଶୋଧନ ସମ୍ପର୍କିତ ଅଧ୍ୟାଦେଶ ବିଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ ପାଇଁ ଅର୍ଥ ବିଭାଗର ପ୍ରସ୍ତାବ ରହିଛି ।

ଏହାସହିତ ଉଚ୍ଚଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବ ରହିଛି । ସେହିପରି ସର୍ବସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ପ୍ରକଳ୍ପ ନିର୍ମାଣ ପାଇଁ ଆହ୍ୱାନ ହୋଇଥିବା ଟେଣ୍ଡରକୁ ମଞ୍ଜୁରି ମିଳିବ ବୋଲି ଜଣାପଡ଼ିଛି ।

Show More
Back to top button