
ସତ୍ୟଶିଖା ୧୫/୦୧/୨୦୨୧ : ଭିତରକନିକାରେ ଆଜିଠାରୁ କୁମ୍ଭୀର ଗଣନା ଆରମ୍ଭ ହେବ । ଆଜିଠାରୁ ୨୩ ତାରିଖ ଯାଏଁ ଏହି କୁମ୍ଭୀର ଗଣନା ହେବ । ଭିତରକନିକାର ନଦୀନାଳ ବିଶେଷକରି ରାଜନଗର ବନଖଣ୍ଡ ଅନ୍ତର୍ଗତ ରାଜନଗର ରେଞ୍ଜ, କନିକା ରେଞ୍ଜ, ଗହୀରମଥା ଓ ମହାକାଳପଡା ରେଞ୍ଜରେ କୁମ୍ଭୀର ଗଣନା ହେବ । ଏହି ଗଣନାରେ ଫରେଷ୍ଟର, ଫରେଡଗାର୍ଡ ସହ କର୍ମଚାରୀମାନେ ସାମିଲ ହୋଇଛନ୍ତି । ଏହି ଗଣନା କାର୍ଯ୍ୟ ପାଇଁ ୨୨ଟି ଦଳ ଗଠନ କରାଯାଇଛି । ରାଜନଗର ରେଞ୍ଜରେ ୭ଟି, କନିକା ରେଞ୍ଜରେ ୧୧ଟି , ଗହୀରମଥା ଓ ମହାକାଳପଡା ରେଞ୍ଜରେ ୨ଟି ଲେଖାଁଏ ଟିମ ଗଠନ କରାଯାଇଛି । ଏହି ସମୟରେ ଭିତରକନିକାରେ ଭିତରକନିକାରେ ପର୍ଯ୍ୟଟକଙ୍କୁ ଡଙ୍ଗାରେ ବୁଲିବା ନିଷେଧ କରାଯାଇଛି ।ଏହି ଟିମ୍ ଖୋଳାରୁ କଂଟିଆଖାଇ ମାଉଥ୍, ଜେଠିରୁ ପାଟ୍ଟଶାଳା ଓ ଖୋଳା ମାଉଥ୍, ଖୋଳା ମାଉଥ୍ରୁ ଚେକ୍ ଗେଟ, ପତି ମାଉଥ୍ରୁ ଗୋଖଣି, ବାଲିଯୋରରୁ ଧୋଧୋଇଆ କ୍ରିକ୍, ମହିଁଷାମଣ୍ତା ମାଉଥ୍ରୁ କାଠୁଆ, କାଠୁଆ ମାଉଥ୍ରୁ ସାପୁଆ ମାଉଥ୍, ଥାନପତି ମାଉଥ୍ରୁ ଚିନ୍ତାମଣି ମହାନ୍ତି କ୍ରିକ୍, ଶୁଆଯୋର କ୍ରିକ୍, ଡାଙ୍ଗମାଳ ସ୍କିମ୍ରୁ ବାଙ୍କୁଆଳ ଓ ଭିତରକନିକା ଫରେଷ୍ଟ ବ୍ଲକ, ଜୟନଗରରୁ ଦୁର୍ଗାପ୍ରସାଦ ଡିଆ, ରାଜନଗରରୁ ଖୋଳା, ରାଜନଗରରୁ ବରୁଣେଇ, ଗୁପ୍ତିରୁ ଏକକୂଳା, ଗୁପ୍ତିରୁ ହଂସିଣା ବ୍ରିଜ, ବାଉଶଗଡ଼ ନଦୀରୁ ସୁନେଇ ରୂପେଇ ଓ ସାତଭାୟା କ୍ରିକ୍, ସାତଭାୟା ଗେଟରୁ ଚିଂଚିରି ବେରି ଓ ଅଙ୍ଗାରି କ୍ରିକ ଆଦି ନଦୀ ଓ କ୍ରିକ୍ରେ ଗଣନା କରିବେ । କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗଣନା କରାଯିବ। ଗତବର୍ଷ ଗଣନା ସମୟରେ କୁମ୍ଭୀର ସଂଖ୍ୟା ୧୭୫୭ରେ ପହଞ୍ଚିଥିଲା ।