ନ୍ୟୁଜ୍
କ୍ରାଇମବ୍ରାଞ୍ଚ ଆସନ୍ତାକାଲି ବିଦ୍ୟାଭାରତୀଙ୍କୁ ଜେରା କରିବ


ସତ୍ୟଶିଖା ( ଭୁବନେଶ୍ୱର )୩୧/୦୮/୨୦୨୧: ଜେରା ହେବେ ବିଦ୍ୟାଭାରତୀ । ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଜେରା ହେବେ ମୃତ ACF ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ । ଆସନ୍ତାକାଲି ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ ।
ବିଦ୍ୟାଭାରତଙ୍କୁ ଜେରା ବେଳେ୨ ମହିଳା ସହାୟତା କରିବେ । କ୍ରାଇମ୍ ଏଗନେଷ୍ଟ ୱିମେନ୍ ୱିଙ୍ଗର ୨ମହିଳା ସହାୟତା କରିବେ। ଜେରା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ସ୍ଵତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ କରିଛି ।
ଜେରା ନେଇ କ୍ରାଇମବ୍ରାଞ୍ଚ ADG ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । କାଲି ବି ସୌମ୍ୟଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ପାରଳାଖେମୁଣ୍ଡିରେ ୧୪ ଜଣଙ୍କୁ ଜେରା ସହ ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଛି ।