ଅପରାଧନ୍ୟୁଜ୍ରାଜ୍ୟସ୍ପେଶାଲ୍ ରିପୋର୍ଟ

ସାରୁଅ ଜମି ରେ ଖୋଳତାଡ଼ କଲା କ୍ରାଇମବ୍ରାଞ୍ଚ

ସତ୍ୟଶିଖା (ଖୋର୍ଦ୍ଧା) ୨୯/୧୦/୨୦୨୦ : ସାରୁଅ ଜମି କେଳେଙ୍କାରୀ ମାମଲା । ଘଟଣାର ଛାନ୍‌ଭିନ୍‌ ପାଇଁ ସାରୁଅ ମଲ୍ଲିକ ସାହି ପୋଖରୀ ନିକଟରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ସାରୁଅ ଜମି କେଳେଙ୍କାରୀ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଖବର ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅନ୍ତର୍ଗତ ସାରୁଅରେ ଜମି କେଳେଙ୍କାରୀ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଟିମ୍ ତନାଘନା ଆରମ୍ଭ କରିଥିଲା । ନିକଟରେ କିଛି ଦିନ ତଳେ ବିବାଦୀୟ ଜାଗାରୁ ପାଚେରୀ ଭାଙ୍ଗିଥିଲା ପୋଲିସ ପ୍ରଶାସନ । ତେବେ ଆଜି ସାରୁଅ ମଲ୍ଲିକ ସାହି ପୋଖରୀ ନିକଟରେ କ୍ରାଇମବ୍ରାଞ୍ଚର ୩ ଜଣିଆ ଟିମ୍‌ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛନ୍ତି ।  ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା ଜାରି ରଖିଛି କ୍ରାଇମବ୍ରାଞ୍ଚ । ସେହିପରି ସାରୁଅ ମହିଳା ସମିତି ପରିସରକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି କ୍ରାଇମବ୍ରାଞ୍ଚ  ଟିମ୍ । ତେବେ କ୍ରାଇମବ୍ରାଞ୍ଚ ସହ ବାଘମାରୀ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ l

Show More
Back to top button