ନ୍ୟୁଜ୍

ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା

ସତ୍ୟଶିଖା (ଭୁବନେଶ୍ୱର ) ୧୪.୧୦.୨୦୨୩ : ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା । ଆଶ୍ବିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଯେଉଁ ତିଥିରେ ଯାହାଙ୍କର ପିତାଙ୍କ ପରଲୋକ ହୋଇଥାଏ ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ଯେଉଁ ଗୃହସ୍ଥ ଏହି ପନ୍ଦର ଦିନ ମଧ୍ୟରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇନଥାନ୍ତି ମହାଳୟା ଅମାବାସ୍ୟା ଦିନ ତିଳତର୍ପଣ କରିଥାନ୍ତି । ତେଣୁ  କିଏ ଶ୍ରୀମନ୍ଦିର ବାଇଶି ପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାଏ ତ ଆଉ କିଏ ମହୋଦଧି ଓ ପଞ୍ଚତୀର୍ଥ ପୁଷ୍କରିଣୀରେ ତର୍ପଣ କରିଥାନ୍ତି । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ପାଇଁ ଲୋକମାନେ ଶ୍ରୀକ୍ଷେତ୍ରକୁ ବାଛିଥାନ୍ତି ।

ତେଣୁ ଆଜି ତିଳତର୍ପଣ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସେପଟେ ଆଜି ମହାଳୟାରେ ଧବଳମୁଖି ବେଶରେ ଦର୍ଶନ ଦେବେ ମାଁ ସମଲେଶ୍ବରୀ । ପଶ୍ଚିମ ଓଡିଶାର ଇଷ୍ଟଦେବୀ ଶକ୍ତି ସ୍ବରୁପା ମାଁ ସମଲେଶ୍ବରୀ ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ପବିତ୍ର ମହାଳୟା ଦିନ ମାଁଙ୍କର କରାଯାଇଥାଏ ଧବଳମୁଖି ବେଶ । ବିଶ୍ବାସ ରହିଛି ଏହି ବେଶ ଦର୍ଶନ କଲେ ଗଙ୍ଗା ଦର୍ଶନ ସହ ସମାନ ପୂଣ୍ୟ ମିଳେ । ତେଣୁ ଆଜି ମାଁଙ୍କ ଦର୍ଶନ ଲାଗି ରାଜ୍ୟ ତଥା ରାଜ୍ୟ ବାହାରରୁ ସମଲେଶ୍ବରୀ ମନ୍ଦିରକୁ ଛୁଟିବ ଲୋକଙ୍କ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ମାଁଙ୍କ ବେଶ ଦର୍ଶନ ପାଇଁ ଗାଇଡ ଲାଇନ ମଧ୍ୟ ଜାରି କରାଯାଇଛି । ମନ୍ଦିର ମଧ୍ୟକୁ ଭୋଗ ସାମଗ୍ରୀ ନେବା ଉପରେ କଟକଣା ଜାରି କରିଛି ମନ୍ଦିର ଟ୍ରଷ୍ଟବୋର୍ଡ ।

Show More
Back to top button