ସତ୍ୟଶିଖା (ଭୁବନେଶ୍ୱର) ୧୬/୧୨/୨୦୨୦ : ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଥିବା ବେଳେ ଏଏନଏମ କର୍ମୀଙ୍କ ଆନ୍ଦୋଳନ ଆଜି ୧୯ ଦିନରେ ପହଂଚିଛି । ଗତକାଲି କିରୋସିନ ଢାଳି ନିଆଁ ଲଗାଇବାକୁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଜଣେ ଏଏନଏମ କର୍ମୀ ଉଦ୍ଧାର ହୋଇଥିଲେ । ଛଟେଇ ପ୍ରତିବାଦରେ ଧାରଣାରେ ବସିଛନ୍ତି ଶତାଧିକ ସ୍ୱାସ୍ଥ୍ୟ କର୍ମୀ ।
ମହାମାରୀ କରୋନା ସହିତ ମହାଲଢେଇ ପାଇଁ ଏମାନଙ୍କୁ ଯୋଦ୍ଧା ସଜେଇ ଠିକା ନିଯୁକ୍ତି ଦିଆଯାଇଥିଲା । କୋଭିଡ କେୟାର ସେଂଟରରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଦେଖାଶୁଣା ପାଇଁ ଏଏନଏମ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ୯୦ ଦିନିଆ ଚୁକ୍ତିଭିତିକ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର । ହେଲେ ଏମାନଙ୍କୁ ଛଟେଇ କରିଦିଆଯାଇଥିଲା । ସ୍ଥାୟୀ ନିଯୁକ୍ତି ଓ ଦରମା ଦାବିରେ ଏଏନଏମ କର୍ମୀ ଏବେ ଭୁବନେଶ୍ୱର ଲୋୟର ପିଏମଜିରେ ଅନଶନରେ ବସିଛନ୍ତି ।