ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ

ସତ୍ୟଶିଖା (ପୁରୀ) ୨୭/୦୧/୨୦୨୧ : ଆଜିଠୁ ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ । ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ କରାଯିବ । ପ୍ରତିଦିନ ୫୦ ସେବାୟତଙ୍କ ଆର୍ ଟିପିସିଆର୍ ପରୀକ୍ଷା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରାଣ୍ଡରୋଡ୍ ର ଉତ୍କଳ ହୀନ୍ଦି ବିଦ୍ୟାପୀଠରେ ସେବାୟତମାନଙ୍କର କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶ୍ରୀମନ୍ଦିର ସେବାୟତଙ୍କ କୋଭିଡ୍ ଟେଷ୍ଟ ଫେବୃଆରୀ ୨୭ ପର୍ଯ୍ୟନ୍ତ ଚାଲିବ । ପ୍ରଥମେ ସୁଆର ଓ ମହାସୁଆରଙ୍କ କୋଭିଡ୍ ଟେଷ୍ଟ କରାଯିବ । ଏହାପରେ ପର୍ଯ୍ୟାୟ କ୍ରମେ ଅନ୍ୟ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଛି ।

Exit mobile version