ସତ୍ୟଶିଖା (ନୂଆଦିଲ୍ଲୀ) ୨୧.୧୨.୨୦୨୦ : ସାରା ଦେଶରେ କରୋନା ମାମଲା କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଭାବେ ଟଳିନାହିଁ । ଏହାମଧ୍ୟରେ କେନ୍ଦ୍ର ସରକାର ଏକ ଖୁସି ଖବର ଜଣାଇଛନ୍ତି । ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।
ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଭାକସିନର ଗୁଣବତ୍ତା, ସୁରକ୍ଷା ସହ କୌଣସି ସାଲିସ କରିବେ ନାହିଁ । ଜାନୁଆରୀର କୌଣସି ଏକ ସପ୍ତାହରେ ଭାରତ କରୋନା ଭାକସିନ ପ୍ରଦାନ କରିବା ସ୍ଥିତିରେ ରହିଥିବ । ଏହାପୂର୍ବରୁ ସେ କହିଥିଲେ ଯେ, ଦେଶରେ କରୋନା ମାମଲା ଲଗାତର ଭାବେ କମିବାରେ ଲାଗିଛି । ଏବେ ୬ଟି ଭାକସିନ କ୍ଲିନିକାଲ ଟ୍ରାଏଲରେ ଗତି କରୁଛି । ଏହାର ଭିନ୍ନ ଭିନ୍ନ ସ୍ତରରେ ବିକାଶ କରାଯାଉଛି ।