ରାଜ୍ୟ

ଫ୍ୟାମିଲି କୋର୍ଟରେ ତ୍ୱରିତ ଶୁଣାଣୀ ପାଇଁ ଆବେଦନକୁ ଖାରଜ କଲେ କୋର୍ଟ

ସତ୍ୟଶିଖା(ଭୁବନେଶ୍ୱର ) ୨୬.୦୮ .୨୦୨୧:  ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ହାଇକୋର୍ଟରେ ଅନୁଭବଙ୍କୁ ବଡ଼ ଝଟକା । ପାରିବାରିକ ଅଦାଲତରେ ନିର୍ଦ୍ଦିଷ୍ଟ ସମୟରେ ଶୁଣାଣି ସାରିବାକୁ ଆବେଦନ କରିଥିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି । ହେଲେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି ।

ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦାୟର ହୋଇଥିଲା ମାମଲା । ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରୀୟଦର୍ଶନୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ ମାମଲା ଚାଲିଛି ।

ବର୍ଷା ଡିଭୋର୍ସ ଚାହୁଁନଥିବା ବେଳେ, ବିବାହ ବିଚ୍ଛେଦ ପାଇଁ ବ୍ୟସ୍ତ ଅନୁଭବ। ପୂର୍ବରୁ ଅନୁଭବଙ୍କ ନାଁରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ବର୍ଷା। ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ 498ଏ, 506, 341 ରେ ମାମଲା ବି ରୁଜ୍ଜୁ ହୋଇଥିଲା ।

Show More
Back to top button