ନ୍ୟୁଜ୍ରାଜ୍ୟ

ସୁମିତ ଓ ତପସ୍ୱିନୀ ଭଡ଼ା ଘରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ସତ୍ୟଶିଖା( ବ୍ରହ୍ମପୁର) ୧୦.୧୨.୨୦୨୧: ଦାମ୍ପତ୍ୟ କଳହକୁ ନେଇ ଛନ୍ଦି ହୋଇପଡ଼ିଥିବା ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାଶ ପୁଣି ଏକାଠି ରହିବେ। ଆଜି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଭଡ଼ାଘର ନେଇ ରହିବେ। ସମସ୍ତ ଖର୍ଚ୍ଚ ସୁମିତ ବହନ କରିବେ ବୋଲି କୋର୍ଟ କହିଛନ୍ତି। ସେପଟେ ଗତ ୭ ଦିନ ଧରି ବାହାରେ ଜଗି ରହିଥିବା ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କୋର୍ଟ ହଟାଇ ଦେଇଛନ୍ତି। ତେବେ ସେମାନଙ୍କ ସମ୍ପର୍କରେ ପ୍ରତି ୭ ଦିନରେ ପୁଲିସ ରିପୋର୍ଟ କରିବାକୁ କୋର୍ଟ ଆଦେଶ ଦେଇଛନ୍ତି। ଡାକ୍ତର ସୁମିତ ଓ ତପସ୍ୱିନୀଙ୍କୁ ଭେଟିବା ପାଇଁ ଦୁହିଁଙ୍କ ପରିବାରକୁ ଅନୁମତି ମିଳିଛି। ସୁମିତଙ୍କ ପରିବାର ପକ୍ଷ ରଖିବା ପାଇଁ ୭ ଦିନ ସମୟ ନେଇଥିବା ବେଳେ ଜାନୁଆରୀ ୧୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

Show More
Back to top button