ବିଲକୁ ଯାଇଥିଲେ ଦମ୍ପତି, ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡ଼ି ମାରିଲା ହାତୀ l

ସତ୍ୟଶିଖା (ଢେଙ୍କାନାଳ)୦୩/୧୦/୨୦୨୦ : ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡ଼ି ମାରିଲାହାତୀ, ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ମଝିଖମଣ ଗାଁରେ । ମୃତକ ହେଉଛନ୍ତି ନେତ୍ରମଣି ସାହୁ । ମିଳିଥିବା ଖବର ଅନୁଯାୟୀ, ସ୍ୱାମୀ ଓ ସ୍ତ୍ରୀ ବିଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ଉଭୟ । ଯାହାଫଳରେ କି ହାତୀ ଆକ୍ରମଣରେ ସ୍ତ୍ରୀ ନେତ୍ରମଣି ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ସ୍ୱାମୀ ବଞ୍ଚି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଓ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି । ସେହିପରି ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Exit mobile version