ଖେଳଦେଶନ୍ୟୁଜ୍ବିଦେଶମନୋରଞ୍ଜନ

ଦୁବାଇରେ ଶାହରୁଖଙ୍କ ଟିମ୍‌କୁ ଭବ୍ୟ ସ୍ୱାଗତ l

ସତ୍ୟଶିକ୍ଷା (ଦୁବାଇ) ୨୩.୦୯.୨୦୨୦ : ବିଶ୍ୱର ସବୁଠାରୁ ଉଚ୍ଚତମ ବିଲ୍ଡିଂ ବୁର୍ଜ ଖଲିଫାରେ ଆକର୍ଷଣୀୟ ଏଲଇଡି ଲାଇଟ୍ ଡିସପ୍ଲେ ସହ ଶାହରୁଖ ଖାନଙ୍କ ଆଇପିଏଲ ଟିମ୍ କୋଲକାତା ନାଇଟ ରାଇଡର୍ସକୁ ସ୍ୱାଗତ କରାଯାଇଛି । ଏହାସଚ ଚଳିତ ଆଇପିଏଲ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଯାଇଛି । କେକେଆର ରଙ୍ଗରେ ଆଲୋକିତ ହୋଇଥିବା ବୁର୍ଜ ଖଲିଫା ଟ୍ୱିଟରରେ ଟ୍ରେଣ୍ଡ୍ କରୁଛି ।

ଆଇପିଏଲର ୧୩ ତମ ସିଜିନର ପଞ୍ଚମ ମ୍ୟାଚରେ ବୁଧବାର କେକେଆର ମୁମ୍ବାଇକୁ ଭେଟିବ । ଏହି ମୁକାବିଲା ସହ କେକେଆର ନିଜର ଆଇପିଏଲ ଅଭିଯାନ ଆରମ୍ଭ କରିବ । କୋଲକାତା ଦୁଇଥର ଆଇପିଏଲ ଚାମ୍ପିଅନ ହୋଇଛି ।କେକେଆର ପକ୍ଷରୁ ଟ୍ୱିଟରରେ ଲେଖା ଯାଇଛି ଯେ, ବୁଧବାର ମ୍ୟାଚ୍ ହେବା ପୂର୍ବରୁ ଏହି ଝଲକ ସତରେ ସୁନ୍ଦର । ଦଳ ଭଲ ପ୍ରଦର୍ଶନ କରିବ । କେକେଆର ରଙ୍ଗରେ ଆଲୋକିତ ହୋଇଥିବାରୁ ବୁର୍ଜ ଖଲିଫାକୁ ଧନ୍ୟବାଦ । ମଙ୍ଗଳବାର ୟୁଏଇରେ ଦଳକୁ ସ୍ୱାଗତ କରାଯାଇଛି । କେକେଆରର ଅଧିନାୟକ ଦିନେଶ କାର୍ତ୍ତିକ କହିଛନ୍ତି ଯେ, ମୁମ୍ବାଇରେ ବିଶ୍ୱସ୍ତରୀୟ ଖେଳାଳି ଅଛନ୍ତି । ତେଣୁ ମୁମ୍ବାଇ ବିରୋଧରେ ମ୍ୟାଚ୍ ଆରମ୍ଭ କରି ଭାଗ୍ୟର କଥା ।

Show More
Back to top button