ମନୋରଞ୍ଜନ

ସୋନୁ ସୁଦ ବନାରସର ୩୫୦ ନାବିକ ପରିବାରକୁ ରାସନ୍‌ ଯୋଗାଇବେ l

ସତ୍ୟଶିଖା ( ମୁମ୍ବାଇ ) ୧ .୦୯ .୨୦୨ ୦ :  ବଲିଉଡ ଅଭିନେତା ସୋନୁ ସୁଦ ୩୫୦ ନାବିକ ଓ ସେମାନଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି | ସୋନୁ ଖୁବ ଶୀଘ୍ର ଏହି ନାବିକଙ୍କ ପରିବାର ବନାରସକୁ ରାସନ ସାମଗ୍ରୀ ପଠାଇବେ | ବନାରସରେ ଲକଡାଉନ ଓ ବନ୍ୟା ଯୋଗୁଁ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଲୋକେ ଭୋକ ଉପାସରେ କାଳାତିପାତ କରୁଛନ୍ତି | ଭୋକ ଉପାସରେ ଦିନ କାଟୁଥିବା ୩୫୦ ନାବିକ ପରିବାରଙ୍କୁ ସାହାଯ୍ୟ କରିବାକୁ ସୋନୁ ଆଗେଇ ଆସିଛନ୍ତି | ଟ୍ୱିଟରରେ ବନାରସର ସାମାଜିକ କାର୍ଯ୍ୟକର୍ତ୍ତା ଦିବ୍ୟାଂଶୁ ସାହାଯ୍ୟ ମାଗିଥିଲେ | ତାଙ୍କ ଟ୍ୱିଟ ପରେ ସୋନୁ ସୁଦ ସାହାଯ୍ୟ କରିବାକୁ ଭରସା ଦେଇଥିଲେ |

ସୋନୁ ସୁଦ ୩୫୦ ନାବିକ ପରିବାର ପାଇଁ ରାସନ ଯୋଗାଡ କରି ଖୁବ ଶୀଘ୍ର ବନାରସ ପହଞ୍ଚାଇବେ | ଏନେଇ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି | ସେ ଟ୍ୱିଟରରେ ଲେଖିଛନ୍ତି, ୩୫୦ ପରିବାରର କୌଣସି ସଦସ୍ୟ ଭୋକରେ ଶୋଇବେନି | ଦିବ୍ୟାଂଶୁ କହିଛନ୍ତି ସୋନୁ ସୁଦଙ୍କ ଟିମ ତରଫରୁ ତାଙ୍କ ପାଖକୁ ଫୋନ ଆସିଥିଲା | ଫୋନ ସେ ନାବିକଙ୍କ ପରିବାରର ତାଲିକା ମାଗିଥିଲେ |

Show More
Back to top button