ଦେଶ
ଦେଶ ଆଜି ବିଜୟ ଦିବସ ପାଳୁଛି


ସତ୍ୟଶିଖା (ଭୁବନେଶ୍ୱର ) ୧୬.୧୨.୨୦୨୨ : ଆଜି ଦେଶ ପାଳୁଛି ବିଜୟ ଦିବସ। ଭାରତୀୟ ଯବାନଙ୍କ ବୀରତ୍ବକୁ ମନେ ପକାଉଛି ଭାରତବର୍ଷ। 1971 ବିଜୟ ଦିବସ ଉପଲକ୍ଷେ ନ୍ୟାସନାଲ ଓ୍ବାର ମେମୋରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିଲା ଯୁଦ୍ଧ । ଆଉ ଏହି ଯୁଦ୍ଧରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଥିଲା ଭାରତ।
ପାଖାପାଖି ୯୩ ହଜାର ପାକିସ୍ତାନୀ ସୈନିକ ଶେଷରେ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧର ଫଳାଫଳରେ ଗଠନ ହୋଇଥିଲା ବାଂଲାଦେଶ। ଯୁଦ୍ଧରେ ଭାରତୀୟ ସୈନିକଙ୍କ ବୀରତା, ଅଦମ୍ୟ ସାହସିକତାକୁ ଆଜି ମନେ ପକାଉଛି ଦେଶ।