ପର୍ଯ୍ୟଟନ

ଆଜିଠୁ ଆରମ୍ଭ ହେଲା ଭିତରକନିକାରେ କୁମ୍ଭୀର ଗଣନା । ଗଣନା କାର୍ଯ୍ୟରେ ପ୍ରାଣୀ ବିଜ୍ଞାନୀଙ୍କ ସମେତ ୨୨ ଟି ଟିମ୍ ସାମିଲ ।

ସତ୍ୟଶିଖା : ୧୯/୦୧/୨୦୨୫ : ଭିତରକନିକାରେ ଆଜିଠୁ ଆରମ୍ଭ ହୋଇଛି ବଉଳା କୁମ୍ଭୀର ଗଣନା। ଭିତରକନିକା ସମେତ ରାଜନଗର ବନଖଣ୍ଡ ଅଧୀନ ୫ଟି ରେଞ୍ଜର ନଦୀ ନାଳରେ ଥିବା କୁମ୍ଭୀର ମାନଙ୍କୁ ଗଣନା କରାଯାଉଛି। ବନବିଭାଗ ତରଫରୁ ୨୨ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୭ରୁ ୮ ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି। ପ୍ରାଣୀ ବୈଜ୍ଞାନିକ ମାନଙ୍କୁ ମଧ୍ୟ ଗଣନା କାର୍ଯ୍ୟରେ  ସାମିଲ କରାଯାଇଛି । ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ଼କ୍ଟର ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି ।

Show More
Back to top button