କମିବ କରୋନା ଟିକାର ଦାମ, ଡୋଜ୍‌ ପିଛା ୨୭୫ ଟଙ୍କା ହେବ

ସତ୍ୟଶିଖା(ନୂଆଦିଲ୍ଲୀ ) ୨୭.୦୧.୨୦୨୨ :  ଖୁବଶୀଘ୍ର ଦେଶରେ ହ୍ରାସ ପାଇବ କରୋନା ବିରୋଧୀ ଟିକାର ଦାମ। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଦାମ ଡୋଜ୍‌ ପିଛା ୨୭୫ ଟଙ୍କା ରହିବ। ଏହାବାଦ୍‌ ଏଥିରେ ସର୍ଭିସ ଚାର୍ଜ ଭାବେ ୧୫୦ ଟଙ୍କା ମିଶାଯିବ। ଉଭୟ ଟିକାକୁ ରେଗୁଲାର ମାର୍କେଟ ଆପ୍ରୁଭାଲ ମିଳିବା ପରେ ଦାମରେ ଏପରି ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଭାରତ ସରକାର କୋଭାକ୍ସିନ ଓ କୋଭିସିଲ୍ଡକୁ ଖୁବଶୀଘ୍ର ନିୟମିତ ମାର୍କେଟ ଅନୁମୋଦନ ଦେବେ। ଏହାର ଅର୍ଥ ଖୋଲା ବଜାରରେ ଏଣିକି ଟିକା ଉପଲବ୍ଧ ହେବ। ମାର୍କେଟରେ ଏଗୁଡ଼ିକ ପ୍ରବେଶ କରିବା ପରେ ଦାମ ହ୍ରାସ ପାଇବ। ନ୍ୟାଶନାଲ ଫାର୍ମସୁଟିକାଲ ପ୍ରାଇସିଂ ଅଥୋରିଟି(ଏନପିପିଏ)କୁ ଦର ହ୍ରାସ ଉପରେ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବର୍ତ୍ତମାନ ଦେଶର ଘରୋଇ ହସ୍ପିଟାଲରେ କୋଭାକ୍ସିନ ଟିକାର ଦାମ ୧୨ ଶହ ଟଙ୍କା ରହିଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଥିବା କୋଭିସିଲ୍ଡର ଦାମ ଡୋଜ୍‌ ପିଛା ୭୮୦ ଟଙ୍କା ରହିଛି। ଏଥିସହ ଟିକା ଉପରେ ୧୫୦ ଟଙ୍କାର ସର୍ଭିସ ଚାର୍ଜ ମଧ୍ୟ ଲାଗୁ କରାଯାଉଛି।

Exit mobile version