ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ସମସ୍ତଙ୍କ ଘର ଘର ବୁଲି ଖୋଜା ଚାଲିଛି କରୋନା ଭାଇରସ ।

 ସତ୍ୟଶିଖା ( ଭୁବନେଶ୍ୱର ) ୨୩.୦୭.୨୦୨୦ :  ଓଡିଶାରେ ସମସ୍ତଙ୍କ ଘର ଘର ବୁଲି ଖୋଜା ଚାଲିଛି କରୋନା ଭାଇରସ । ଭୂତାଣୁ ପଛରେ ଆମେ ଗୋଡାଉଛୁ । ଆଶା, ଅଙ୍ଗନୱାଡି କର୍ମୀ ଓ ଏନଏନଏମ ଦିଦିମାନେ ଦୁଆର ଦୁଆର ବୁଲି କରୋନା ଖୋଜୁଛନ୍ତି । କୌଣସି ଜଣଙ୍କ ଠାରେ ବି ସାମାନ୍ୟ ଲକ୍ଷଣ ଥିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆଇସୋଲେସନ କରାଯାଉଛି ଏବଂ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସୁସ୍ଥ ହାର ଅଧିକ । ତେଣୁ କୌଣସି ବି ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ ଓ ଗାଁ ଗାଁରେ ବୁଲି ସର୍ଭେ କରୁଥିବା ଟିମକୁ ତୁରନ୍ତ    ଜଣାନ୍ତୁ । ତେବେ ଆମେ ଅନ୍ୟ ରାଜ୍ୟଠୁ ଭଲ ସ୍ଥିତିରେ ରହିଛୁ । ମହାମାରୀର ମୁକାବିଲା ଭଲରେ କରୁଛୁ । ଓଡିଶା ଦେଶ ଭିତରେ ଭଲ ସ୍ଥିତିରେ ରହିଛି ।  ମୃତ୍ୟୁ  ହାର ଅନ୍ୟମାନଙ୍କ ତୁଳନାରେ କମ ରହିଛି । କେମିତି ମୁକାବିଲା କରିହେବ ସେଥିପାଇଁ ଆମେ ଆଗାମୀ ୪ ମାସ ପାଇଁ ପ୍ରସ୍ତୁତ ଅଛୁ ।  ଅଗଷ୍ଟ ୩୧ ଯାଏଁ ସବୁ ପ୍ଲାନ ସରିଛି । ପର୍ଯ୍ୟାପ୍ତ ପରିମାଣରେ ଔଷଧ ମହଜୁଦ ଅଛି, ୩ ଲକ୍ଷ ଆଣ୍ଟିଜେନ କିଟ୍ ଗଚ୍ଛିତ ଅଛି । ୪ ମାସ ପାଇଁ ଯାହା ଦରକାର ତାହା ସବୁ ଗଚ୍ଛିତ ଅଛି । ପ୍ରତ୍ୟେକ ଜୀବନ ଆମ ପାଇଁ ମୁଲ୍ୟବାନ । ତେଣୁ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ପରୀକ୍ଷା କରାନ୍ତୁ, ଟେଷ୍ଟିଂର ସବୁ ଖର୍ଚ୍ଚ ସରକାର ବହନ କରୁଛନ୍ତି ।  ସେପଟେ ୭୦ ଭାଗରୁ ଅଧିକ ଲୋକ ବିନା ଲକ୍ଷଣ ଦ୍ୱାରା ପଜିଟିଭ ହେଉଛନ୍ତି । ହସ୍ପିଟାଲ ନଯାଇ ସେମାନନେ ଘରେ ରୁହନ୍ତୁ । ଗାଁରେ ବି ବିନା ଲକ୍ଷଣ ଥିବା ଲୋକ ଘରେ ରହିପାରିବେ ।

Show More
Back to top button