ସତ୍ୟଶିକ୍ଷା ୨୮.୦୯.୨୦୨୦ : ପୁରୀ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛିି । ଜିଲ୍ଲାରେ ପାଖାପାଖି ୧୦ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୫୦ ଶ୍ରୀମନ୍ଦିର ସେବାୟତ ରହିଛନ୍ତି । ସେବାୟତ ପଜିଟିଭ ଚିହ୍ନଟ ହେବା ପରେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢୁଛି । ସେବାୟତ ସଂକ୍ରମିତ ହୋଇଥିବାରୁ ପାଳିଆ ସେବାୟତଙ୍କୁ ସେବାରେ ନିଯୁକ୍ତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଉଛି ।
(ସେବାୟତ ପଜିଟିଭ ଚିହ୍ନଟ ହେବା ପରେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ବଢୁଛି ଚିନ୍ତା । ପାଳିଆ ସେବାୟତଙ୍କୁ ସେବାରେ ନିଯୁକ୍ତ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା )
ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିର ଖୋଲିବା ପ୍ରସଙ୍ଗରେ ମଧ୍ୟ ସରକାର ଅରାଜି ହୋଇଛନ୍ତି । ଶ୍ରୀମନ୍ଦିର ଗର୍ଭଗୃହ ଛୋଟ ଯୋଗୁଁ ମନ୍ଦିର ଖୋଲିଲେ କରୋନା ସଂକ୍ରମଣ ବ୍ୟାପିବ ବୋଲି କହିଛନ୍ତି ରାଜ୍ୟ ସରକାର । ରାଜ୍ୟର ବିିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ହୋଇଥିଲା ।