ସତ୍ୟଶିଖା ୦୫/୦୧/୨୦୨୧ : ବ୍ରିଟେନରେ ନୂଆ କୋଭିଡ ଷ୍ଟ୍ରେନର ବ୍ୟାପକ ସଂକ୍ରମଣ କାରଣରୁ ଆହୁରି କଠୋର ହୋଇଛି କଟକଣା । ଲଣ୍ଡନରେ କରୋନା କଟକଣାକୁ ଆହୁରି କଡାକଡି କରିବା ଲାଗି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଲଣ୍ଡନକୁ ଲକ୍ ଡ଼ାଉନ ଘୋଷଣା କରାଯାଇଛି । ରବିବାର ଏଠାରେ ନୂଆ ୫୫ ହଜାର ମାମଲା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଚିନ୍ତା ପ୍ରକାଶ କରିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସେଥିପାଇଁ ଚଳିତ ମାସରେ ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
କରୋନା କଟକଣା ଆହୁରି ଶକ୍ତ ହେଲା ଲଣ୍ଡନ ରେ
