ଜୀବନମନ୍ତ୍ର

ଆପଣଙ୍କ ନଖର ରଙ୍ଗ କହିବ ଆପଣଙ୍କୁ କେଉଁ ରୋଗ l

ସତ୍ୟଶିଖା ୧୮ .୦୯.୨୦୨୦ : ନଖ କେବଳ ହାତ-ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଇନଥାଏ ବରଂ ସ୍ଵlସ୍ଥ୍ୟ ସହ ଜଡ଼ିତ ଅନେକ ରାଜ ମଧ୍ୟ ଖୋଲିଥାନ୍ତି । ଏଗୁଡ଼ିକର ପରିବର୍ତ୍ତିତ ଆକାର ଏବଂ ରଙ୍ଗ ଆପଣଙ୍କ ଶରୀରର ଅବସ୍ଥା ବିଷୟରେ କହିଥାନ୍ତି । ଏପରି କ୍ଷେତ୍ରରେ ଯଦି ଆପଣଙ୍କ ନଖର ରଙ୍ଗ ମଧ୍ୟ ବଦଳୁଛି କିମ୍ବା ନଖରେ ଡଟସ ଦେଖାଯାଉଛି ତେବେ ନଜରଅନ୍ଦାଜ କରନ୍ତୁ ନାହିଁ । ଅଧିକାଂଶ ସମୟରେ ଲୋକେ ଏହାକୁ କ୍ୟାଲସିୟମ୍ କିମ୍ବା ମିନେରାଲ୍ ଅଭାବ ଭାବି ଇଗ୍ନୋର କରିଥାନ୍ତି କିନ୍ତୁ ନଖର ରଙ୍ଗ ବଦଳିବା ହୃଦ ରୋଗ ଏବଂ ଚର୍ମ କ୍ୟାନସର ଭଳି ରୋଗର ସଙ୍କେତ ହୋଇପାରେ । ଆସନ୍ତୁ ଜାଣିବା ଏହା ବିଷୟରେ

ଯଦି ନଖରେ କଳା ଦାଗ କିମ୍ବା କଳା ଲାଇନ୍ ଦେଖାଯାଏ ତେବେ ଏହା ମେଲନାମା ସ୍କିନ୍ କ୍ୟାନସରର ଏକ ଲକ୍ଷଣ ହୋଇପାରେ । ଅନେକ କମ୍ ଲୋକ ଜାଣନ୍ତି ଯେ ନଖରେ ମଧ୍ୟ ଚର୍ମ କ୍ୟାନସରର ଲକ୍ଷଣ ଜନ୍ମ ନେଇପାରେ । ଏପରି କ୍ଷେତ୍ରରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ନଖ ଚର୍ମ କ୍ୟାନସରର ଲକ୍ଷଣ :

– ନଖ ସହଜରେ ଭାଙ୍ଗିଯିବା

–  ନଖ ଆଖପାଖରେ ରକ୍ତସ୍ରାବ

– ନଖରେ ହାଲୁକା ବ୍ରାଉନ୍ କିମ୍ବା କଳା ଦାଗ ।

– ନଖ ଶୀଘ୍ର ବଢ଼ିବା

ନଖରେ ଧଳା ଲାଇନ୍ କିମ୍ବା ଡଟସ୍ : ଯଦି ଆପଣଙ୍କ ନଖରେ ଧଳା ଲାଇନ୍ କିମ୍ବା ଡଟସ୍ ପଡ଼ିଛି ତେବେ ଏହା ଖରାପ ସ୍ଵlସ୍ଥ୍ୟ,ଲିଭର ରୋଗ,ଅନ୍ତ୍ରରେ ସମସ୍ୟା,କ୍ୟାଲସିୟମ୍ ଅଭାବ ଏବଂ ହୃଦ ରୋଗର ସଙ୍କେତ ହୋଇପାରେ । ଅନେକ ଥର ଅଧିକ ମ୍ୟାନିକ୍ୟୋର-ପେଡିକ୍ୟୋର କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇପାରେ କିନ୍ତୁ ଏହାକୁ ହାଲୁକାଭାବେ ନେବାର ଭୁଲ୍ କରନ୍ତୁ ନାହିଁ ।

ହଳଦିଆ ନଖ : ଯଦି ନଖର ରଙ୍ଗ ହାଲୁକା ହଳଦିଆ ତେବେ ଏହା ଆନିମିଆ,ହୃଦରୋଗ,କୁପୋଷଣ ଏବଂ ଲିଭର ସମ୍ବନ୍ଧୀୟ ରୋଗର ସଙ୍କେତ । ଏହା ବ୍ୟତୀତ ଫଙ୍ଗସ୍ ଇନଫେକ୍ସନ୍ ଯୋଗୁଁ ପୂରା ନଖ ହଳଦିଆ ହୋଇଯାଇଥାଏ ।

ନାଲି ନଖ : ନଖର ରଙ୍ଗ ଗଭୀର ଲାଲ ହୋଇଥିଲେ ଏହା ଉଚ୍ଚ ରକ୍ତଚାପର ସଙ୍କେତ ଦେଇଥାଏ ।

ଅଧା ଧଳା ଏବଂ ଅଧା ଗୋଲାପି ନଖ : ନଖର ରଙ୍ଗ ଅଧା ଗୋଲାପି ଏବଂ ଅଧା ଧଳା ଦେଖାଗଲେ ବୃକକ୍ ରୋଗ ଏବଂ ସୋରିଆସିସର ସଙ୍କେତ ଦେଇଥାଏ ।

ନୀଳ ନଖ : ନଖର ରଙ୍ଗ ନୀଳ ପଡ଼ିବା ଫୁସଫୁସରେ ସଂକ୍ରମଣ, ନିମୋନିଆ କିମ୍ବା ହୃଦ ରୋଗକୁ ଇଶାରା କରିଥାଏ । ଶରୀରରେ ଅକ୍ସିଜେନର ସଞ୍ଚାର ଠିକ୍ ଢଙ୍ଗରେ ନ ହେବା ଦ୍ୱାରା ମଧ୍ୟ ନଖର ରଙ୍ଗ ନୀଳ ପଡ଼ିବାକୁ ଲାଗିଥାଏ ।

ଉପର ଆଡ଼କୁ ଉଠାଣିଆ ନଖ : ନଖ ଯଦି ଉପର ଆଡ଼କୁ ଉଠି ଥିବ ତେବେ ଫୁସଫୁସ୍ ଏବଂ ଅନ୍ତରେ ଫୁଲା ହୋଇପାରେ ।

ଚାମୁଚ ଭଳି ଢ଼ଳି ରହିଥିବା ନଖ : ଏହି ସଙ୍କେତ ଆନୁବଂଶିକ ରୋଗ ଯୋଗୁଁ ଦେଖାଯାଇଥାଏ । ଆଇରନର ଅଭାବ କିମ୍ବା ଆନିମିଆ,ହୃଦରୋଗ,ଆଙ୍ଗୁଠିରେ ରକ୍ତ ଠିକଭାବେ ନ ପହଞ୍ଚିବା କିମ୍ବା ହାଇପର ଥାଇରଏଡର କାରଣ ମଧ୍ୟ ହୋଇପାରେ ।

ମୁନିଆଁ ନଖ : କିଛି ଲୋକଙ୍କ ନଖର ଆକୃତି ଶୁଆଙ୍କ ଥଣ୍ଟ ଭଳି ମୁନିଆଁ ହୋଇଥାଏ । ସେହି ବ୍ୟକ୍ତିଙ୍କ ଫୁସଫୁସ୍ ସମସ୍ୟା କିମ୍ବା ହୃଦରୋଗର ସମ୍ଭାବନା ଅଧିକ ହୋଇଥାଏ । ଏଥିପାଇଁ ଚେକ୍ଅପ୍ ନିଶ୍ଚୟ କରନ୍ତୁ ।

 

Show More
Back to top button