ସଟର ଟାଣି ଭିତରେ ଚାଲିଥିଲା ଲୁଗା ବେପାର, ପ୍ରଶାସନ କଲା ସିଲ୍

ସତ୍ୟଶିଖା(ଆନନ୍ଦପୁର  ) ୦୭.୦୬.୨୦୨୧: ପୈାରାଞ୍ଚଳ, ଘଷିପୁରା ବଜାରରେ ନୂଆକରି ଖୋଲିଥିବା ରାଜ ମନ୍ଦୀର ଫେସନକୁ ଆଜି ପ୍ରଶାସନ ତରଫରୁ ସିଲ୍ କରାଯାଇଛି । କୋଭିଡ୍ କଟକଣା ପାଇଁ ଲକଡାଉନ ଚାଲିଥିବାବେଳେ କେବଳ ଅତ୍ୟାବଶକୀୟ ସାମଗ୍ରୀ ଦୋକାନ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲିବାପାଇଁ ନିର୍ଦେଶ ରହିଛି । ହେଲେ ଆଗକୁ ସାବିତ୍ରୀ ଥିବାରୁ ଦୁଇପଇସା ମୁନାଫା ଆଶାରେ ଦୋକାନୀ ଏସବୁ ଖାତିର କରୁନାହାଁନ୍ତି । ଏମିତି ଜଣେ ଲୁଗା ଦୋକାନୀ ସଟର ଟାଣି ଭିତରେ ବେପାର କରୁଥିଲେ । ଏପରିକି ଗୋଟିଏ ଲୁଗା ଦୋକାନରେ ଏକାଠି ହୋଇଥିଲେ ଦୁଇଶହରୁ ଅଧିକ ଗ୍ରାହକ । ଖବର ପାଇ ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ଟିମ୍ ପହଁଞ୍ଚି ଲୋକଙ୍କୁ ଦୋକାନରୁ ବାହାର କରିବା ସହ ଅନିର୍ଧିଷ୍ଟ ସମୟ ପାଇଁ ଦୋକାନକୁ ସିଲ୍ କରିଛନ୍ତି ।

Exit mobile version