ସତ୍ୟଶିଖା (ଶାରଜା) ୨୩/୧୦/୨୦୨୦ : ଆଇପିଏଲ ୧୩ତମ ସଂସ୍କରଣର ୪୩ତମ ମ୍ୟାଚ୍ରେ ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ । ଏହି ମ୍ୟାଚ୍ ଚେନ୍ନାଇ ପାଇଁ କର ବା ମର ପାଲଟିଛି । ଯଦି ଆଜି ଚେନ୍ନାଇ ପରାଜିତ ହୁଏ ତେବେ ପ୍ଲେ ଅଫ ଦୌଡରୁ ବାଦ୍ ପଡିବ । ମୁମ୍ବାଇ ଜିତିଲେ ପଏଣ୍ଟ ଟେବୁଲ୍ର ଶୀର୍ଷରେ ପହଞ୍ଚିବ । ଆଇପିଏଲର ଉଦ୍ଘାଟନୀ ମ୍ୟାଚ୍ରେ ଚେନ୍ନାଇ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜିତ କରିବା ପରଠୁ ଦଳର ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି । ଆଇପିଏଲ ଇତିହାସରେ ପ୍ରଥମ ଥର ଦଳ ପ୍ଲେଅଫ୍ରୁ ବାଦ୍ ପଡିବାର ଦ୍ଵାର ଦେଶରେ ଛିଡା ହୋଇଛି ।
ଆଜି ଶାରଜାରେ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ମୁକାବିଲା
