ନ୍ୟୁଜ୍ରାଜ୍ୟ

୧୭ରୁ ଅନ୍ଧକାର ହେବ ବ୍ରହ୍ମପୁର ସହର

ସତ୍ୟଶିଖା ( ଭୁବନେଶ୍ୱର )୧୬ /୧୧ /୨୦୨୧: ବିଦ୍ୟୁତ୍ ବିଲ୍‌ ବାବଦରେ ବ୍ରହ୍ମପୁର ମହାନଗର ନିଗମ ବକେୟା ରହିଛି ୭ କୋଟି ୬୫ ଲକ୍ଷ। ବିଦ୍ୟୁତ୍‌ ବିଲ୍‌ ବାବଦ ବକେୟା ଅର୍ଥକୁ ପୈଠ କରିବା ପାଇଁ ଟିପିଏସ୍‌ଓଡିଏଲ୍ ପକ୍ଷରୁ ବାରମ୍ବାର ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବି କୌଣସି ସୁଫଳ ନମିଳିବା ପରେ ଗତ ୨ ତାରିଖ ଦିନ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ନେଇ ବିଏମ୍‌ସିକୁ ନୋଟିସ୍ କରିଥିବା ଜଣାଯାଇଛି। ଏଥିରେ ୧୫ ଦିନର ମହଲତ ଦିଆଯାଇଛି। ନୋଟିସ୍‌ ଅନୁଯାୟୀ ଆସନ୍ତା ୧୭ ତାରିଖ ଦିନ ମହଲତ ସମୟ ଶେଷ ହେଉଛି।

୨୦୨୧ ମାର୍ଚ୍ଚ ପୂର୍ବରୁ ନିଗମ ଉପରେ ପ୍ରାୟ ୧୬ କୋଟି ବିଦ୍ୟୁତ ବିଲ୍ ବକେୟା ରହିଥିଲା । ଏନେଇ ଭିନ୍ନ ଭିନ୍ନ ସମୟରେ ବିଏମସିକୁ ନୋଟିସ ପ୍ରଦାନ କରାଯାଇଥିଲା । କିନ୍ତୁ ବିଏମସି ଏଥିରେ ଅକ୍ଷମତା ପ୍ରକାଶ କରିବା ସହ ୱାନ ଟାଇମ୍ ସେଟେଲମେଂଟ କରିବାକୁ ଅନୁରୋଧ କରିଥିଲା । ଅନୁରୋଧକୁ ରକ୍ଷା କରି ଟିପିଏସଓଡିଏଲ ପ୍ରାୟ ୮ କୋଟି ୫୫ ଲକ୍ଷ ଛାଡ଼ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ବଳକା ୭ କୋଟି ୬୫ ଲକ୍ଷକୁ ୧୭ ତାରିଖ ମଧ୍ୟରେ ପୈଠ କରିବା ପାଇଁ ମହଲତ ଦେଇଥିଲା । ମହଲତ ସରିବାକୁ ମାତ୍ର ୨ ଦିନ ଥିବା ବେଳେ ବିଏମସି ଏନେଇ କ’ଣ ପଦକ୍ଷେପ ନେଉଛି ତାଉପରେ ନଜର ରହିଛି  ।

Show More
Back to top button