ସତ୍ୟଶିଖା (ଲକ୍ଷ୍ମୌ) ୧୩/୧୦/୨୦୨୦ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ସିନେମାହଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅକ୍ଟୋବର ୧୫ରୁ ବଡ଼ ପରଦାରେ ସିନେମାର ମଜା ନେଇପାରିବେ ଦର୍ଶକ । ତେବେ କରୋନାରୁ ଦୃଷ୍ଟିରେ ରଖି ସିନେମାହଲରେ ଦର୍ଶକମାନେ ଚେସ ବୋର୍ଡରେ ବସିବେ । ଅର୍ଥାତ ଜଣେ ଦର୍ଶକଙ୍କ ସାମ୍ନାରେ ଓ ଡାହଣ-ବାମରେ କେହି ବସିବେ ନାହିଁ । ଏହି ଚକ୍ରିୟ ସିଟିଂ ପ୍ଲାନ ଲାଗୁ କରିବା ସହ କର୍ମଚାରୀଙ୍କୁ ସେମାନଙ୍କ କରୋନା ରିପୋର୍ଟ ମଧ୍ୟ ଜିଲ୍ଲା ପ୍ରଶାସନ ଦେବାକୁ ହେବ ।
ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ
