ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ

ସତ୍ୟଶିଖା (ଲକ୍ଷ୍ମୌ) ୧୩/୧୦/୨୦୨୦ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ମୌରେ ସିନେମାହଲ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅକ୍ଟୋବର ୧୫ରୁ ବଡ଼ ପରଦାରେ ସିନେମାର ମଜା ନେଇପାରିବେ ଦର୍ଶକ । ତେବେ କରୋନାରୁ ଦୃଷ୍ଟିରେ ରଖି ସିନେମାହଲରେ ଦର୍ଶକମାନେ ଚେସ ବୋର୍ଡରେ ବସିବେ । ଅର୍ଥାତ ଜଣେ ଦର୍ଶକଙ୍କ ସାମ୍ନାରେ ଓ ଡାହଣ-ବାମରେ କେହି ବସିବେ ନାହିଁ । ଏହି ଚକ୍ରିୟ ସିଟିଂ ପ୍ଲାନ ଲାଗୁ କରିବା ସହ କର୍ମଚାରୀଙ୍କୁ ସେମାନଙ୍କ କରୋନା ରିପୋର୍ଟ ମଧ୍ୟ ଜିଲ୍ଲା ପ୍ରଶାସନ ଦେବାକୁ ହେବ ।ହଲରେ ସଫା ସୁତୁରା ଓ ସାନିଟାଇଜ ବ୍ୟବସ୍ଥା ଉପରେ ଦୃଷ୍ଟି ଦିଆଯିବ । କେବଳ ଏତିକି ନୁହେଁ ପ୍ରତିଟି ଶୋ’ ପରେ ହଲକୁ ସାନିଟାଇଜ କରାଯିବ । ଏହା ସହ କୋଭିଡ୍ ହେଲପ ଡେସ୍କ ଓ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ହେବ । କୋଭିଡ ଲକ୍ଷଣ ଦେଖା ଦେବା ମାତ୍ରେ ଇଣ୍ଟିଗ୍ରେଟେଡ୍ କଂଟ୍ରୋଲ ରୁମକୁ ଖବର ଦେବାକୁ ହେବ । ଦର୍ଶକଙ୍କ ନାଁ, ଠିକଣା ଓ ମୋବାଇ ନମ୍ବର ରେକର୍ଡ କରାଯିବ । ଦର୍ଶକଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ରହିବା ଅନିବାର୍ଯ୍ୟ । ମାସ୍କ ପିନ୍ଧି ନ ଥିବା ଦର୍ଶକଙ୍କୁ ହଲ ଭିତରକୁ ପ୍ରବେଶ ମନା ।