ଦେଶନ୍ୟୁଜ୍ରାଜ୍ୟ

ଆଜିଠୁ ପୂର୍ଣ୍ଣ ଦର୍ଶକରେ ଖୋଲିବ ସିନେମା ହଲ୍

ସତ୍ୟଶିଖା (ନୂଆଦିଲ୍ଲୀ) ୦୧/୦୨/୨୦୨୧ : ଫେବୃଆରୀ ୧ ତାରିଖ (ସୋମବାର)ଠାରୁ ସାରା ଦେଶରେ ଥିବା ସିନେମା ହଲଗୁଡ଼ିକ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲିବ । ଏଥିପାଇଁ ରବିବାର କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଏଥିଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର (ଏସଓପି) ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ଚଳଚ୍ଚିତ୍ର ଶିଳ୍ପ ପକ୍ଷରୁ ସ୍ବାଗତ କରାଯାଇଛି । ଗତ ବର୍ଷ ଅକ୍ଟୋବରରେ ସିନେମାହଲଗୁଡ଼ିକୁ ଅଧା ଦର୍ଶକରେ ଖୋଲିବାକୁ ଅନୁମତି ଦିଆଯାଇଥିଲା ବେଳେ ଏବେ ପୂର୍ଣ୍ଣ ଦର୍ଶକ ସହିତ ଖୋଲିବାକୁ ଅନୁମତି ଦିଆଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏସଓପି ଅନୁଯାୟୀ ସିନେମା ହଲ ବାହାରେ, ଲବି ଓ ଜନଗହଳି ରହୁଥିବା ସ୍ଥାନରେ ସାମାଜିକ ଦୂରତ୍ବ ପାଳନ କରାଯିବ । ଲୋକଙ୍କ ମଧ୍ୟରେ ଅତିକମରେ ୬ ଫୁଟ ଦୂରତ୍ୱ ରହିବ । ସିନେମାର ମଧ୍ୟାନ୍ତର ବା ଇଣ୍ଟରଭାଲ ଅବଧିକୁ ଟିକିଏ ଲମ୍ବା କରାଯିବ । ଯଦ୍ୱାରା ଲୋକମାନେ ସାମାଜିକ ଦୂରତ୍ୱ ପାଳନ କରି ସିଟ ପାଖରେ ପହଞ୍ଚିପାରିବେ । ସିନେମା ହଲ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ହଲ ଭିତରେ ପ୍ରବେଶ ପୂର୍ବରୁ ସାନିଟାଇଜର ବ୍ୟବସ୍ଥା ରହିବ । ଟିକେଟ କାଉଣ୍ଟରରେ ଗହଳି କମାଇବାକୁ ଅଧିକ ସଂଖ୍ୟକ କାଉଣ୍ଟର ଖୋଲାଯିବ । ପାର୍କିଂ ସ୍ଥାନରେ ଯେପରି ଅଧିକ ଗହଳି ନ ହୁଏ, ସେ ଦିଗରେ ପଦକ୍ଷେପ ନିଆଯିବ । ଅନଲାଇନ ବୁକିଂକୁ ପ୍ରୋତ୍ସାହିତ କରାଯିବ । ପ୍ରବେଶ ବେଳେ ଦର୍ଶକଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ଦର୍ଶକମାନେ ଥିଏଟର ପରିସରରେ ଥିବା ଦୋକାନରୁ ପୂର୍ବଭଳି ଖାଦ୍ୟସାମଗ୍ରୀ କ୍ରୟ କରିପାରିବେ । ସିନେମା ହଲ ଓ ଥିଏଟର ପରିସରକୁ ସାନିଟାଇଜ କରାଯିବ । ଯେଉଁସବୁ ସ୍ଥାନଗୁଡିକଙ୍କ ସଂସ୍ପର୍ଶରେ ଲୋକମାନେ ବାରମ୍ବାର ଆସୁଥିବେ ସେସବୁକୁ ବାରମ୍ବାର ସାନିଟାଇଜ୍ କରାଯିବ । ପ୍ରତ୍ୟେକ ଶୋ’ ପରେ ଅଡ଼ିଟୋରିଅମକୁ ମଧ୍ୟ ସାନିଟାଇଜ୍ କରାଯିବା ବାଧ୍ୟତାମୂଳକ ବୋଲି ଏସଓପିରେ କୁହାଯାଇଛି ।

Show More
Back to top button