ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆଉ ୭ ଜଣଙ୍କ ଜୀବନ ନେଲା କରୋନା

ସତ୍ୟଶିଖା(ଭୁବନେଶ୍ୱର ) ୨୫.୦୧.୨୦୨୨ : ରାଜ୍ୟରେ କମୁନି କରୋନା ମୃତ୍ୟୁ । ଗତ ଦୁଇ ଦିନ ହେଲା କରୋନା ଜନିତ ମୃତ୍ୟୁସଂଖ୍ୟାରେ ସ୍ୱଳ୍ପ ହ୍ରାସ ପାଇଥିବା ବେଳେ, ପୁଣି ଆଜି କରୋନା ଜନିତ ମୃତ୍ୟୁସଂଖ୍ୟା ସମାନ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନା ଯୋଗୁ ଆଉ ୭ ଜଣଙ୍କ ଜୀବନ ଯାଇଛି । ଗୋଟିଏ ଦିନରେ ଖୋର୍ଦ୍ଧାରୁ ସର୍ବାଧିକ ୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍‍ ମୃତ୍ୟୁସଂଖ୍ୟା ୮,୫୩୨କୁ ବୃଦ୍ଧି ପାଇଛି ।

Show More
Back to top button