ସତ୍ୟଶିଖା (ନୂଆଦିଲ୍ଲୀ) ୧୬ /୧୦/୨୦୨୦ : ଲଦାଖ ସୀମାରେ ଚୀନ୍ ବିପୁଳ ସଂଖ୍ୟାରେ ସୈନିକ ମୁତୟନ କରିଥିଲେ ସୁଦ୍ଧା ଏବେ ତା’ ପାଇଁ ଏକ ବଡ଼ ସମସ୍ୟା ଉଭା ହୋଇଛି । ଚୀନ୍ର ସୈନିକମାନେ ଲଦାଖର ଅସହ୍ୟ ଥଣ୍ଡାକୁ ସହ୍ୟ କରିପାରୁନାହାନ୍ତି। ତେଣୁ ସେମାନେ ଅସୁସ୍ଥ ହୋଇପଡୁଛନ୍ତି। ସେମାନଙ୍କୁ ଷ୍ଟ୍ରେଚରରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାର ଦେଖାଯାଉଛି। ଯଦିଓ ସେପ୍ଟେମ୍ବର ଆରମ୍ଭରୁ ଚୀନ୍ ସୈନିକମାନେ ଏପରି ସମସ୍ୟା ଭୋଗ କରୁଥିବାର ଲକ୍ଷ୍ୟ କରାଯାଇଥିଲା, କିନ୍ତୁ ଗତ ସପ୍ତାହରେ ଏହା ବହୁ ମାତ୍ରାରେ ବୃଦ୍ଧି ପାଇଛି । ଅର୍ଥାତ୍ ଅସୁସ୍ଥ ହୋଇପଡୁଥିବା ଚୀନ୍ ସୈନିକଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଛି ।
ଲଦାଖର ଥଣ୍ଡାକୁ ସହିପାରୁନାହାନ୍ତି ଚୀନ୍ ସୈନ୍ୟ l
