ସତ୍ୟଶିଖା(କେନ୍ଦୁଝର ) ୨୦.୦୧.୨୦୨୨ : ପ୍ରଥମେ ମୃତ ଘୋଷଣା ପରେ ଜୀବିତ ଭାବେ ଉଦ୍ଧାର କରିବା ପୁଣି ମୃତ ଘୋଷଣା ହେବା… କିଛି ଏପରି ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକର ଖଡ଼ିକା ପଡ଼ାଗାଁରେ ।
କାଲି ଯେଉଁ ଶିଶୁକୁ ପରିବାର ଲୋକ ଜୀବିତ ଘୋଷଣା କରିଥିଲେ ଆଜି ସକାଳେ ପୁଣି ଡ଼ାକ୍ତର ତାହାକୁ ମୃତ ଘୋଷଣା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ଦୁଃଖର ବାତାବରଣ ଖେଳିଯାଇଛି ।
କାରଣ କିଛି କ୍ଷଣ ପାଇଁ ଜୀବିତ ଥିବା ଜାଣି ପରିବାର ଲୋକ ଖୁସି ହୋଇଥିଲେ କିନ୍ତୁ ପୁଣି ଆଜି ସକାଳେ ମୃତ୍ୟୁ ଖବର ଆସିବା ତାହା ଆଶ୍ଚର୍ଯ୍ୟ କରିପକାଇଛି । କେହି କେହି ଏହାକୁ ଭଗବାନଙ୍କ ଲୀଳା ମଧ୍ୟ କହୁଛନ୍ତି ।
ସୁଚନା ଅନୂସାରେ ଗତକାଲି ଡାକ୍ତରଙ୍କ ଦ୍ବାରା ମୃତ ଘୋଷିତ ନବଜାତ ଶିଶୁକୁ ଶ୍ମଶାନରେ ପୋତାଯାଉଥିବା ବେଳେ ହଠାତ୍ କାନ୍ଦି ଉଠିବା ପରେ ହଠାତ୍ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ପରେ ତୁରନ୍ତ ଉକ୍ତ ଶିଶୁକୁ ଶ୍ମଶାନରୁ ଫେରାଇ ନେଇ ଡାକ୍ତରଖାନାରେ ପହଁଞ୍ଚିଥିଲେ ପରିବାର ଲୋକେ। ପରେ ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା।
ଖଡ଼ିକାପଡ଼ାର ସନିଆ ମୁଣ୍ଡାଙ୍କ ସ୍ତ୍ରୀ ରାଇମଣି ବୁଧବାର ପ୍ରସବ ବେଦନା ଭୋଗିବାରୁ ତାଙ୍କୁ କରଥିଆ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ସକାଳେ ପୁଣି ମୃତ ଘୋଷଣା କରାଯାଇଛି ।